ମତଦାନ ବେଳେ ଠେଙ୍ଗା ପାହାରକୁ ଘନ ଘନ ବୋମାମାଡ଼, ଦେଖନ୍ତୁ ଭିଡ଼ିଓ

0

ଭୁବନେଶ୍ୱର ଓଡ଼ିଶା ଫାଷ୍ଟ (ବ୍ୟୁରୋ):ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଆଜି ପ୍ରଥମ ପର୍ଯ୍ଯାୟ ମତଦାନ ହୋଇଛି । ପ୍ରାୟ ଅଧିକାଂଶ ସ୍ଥାନରେ ହିଂସା ଘଟିଥିବା ଦେଖିବାକୁ ମିଳିଛି । ଏଥିରୁ ବାଦ ପଡ଼ିନାହିଁ ପୁରୀ ଜିଲ୍ଲାର ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀର କୃଷ୍ଣପ୍ରସାଦ ବ୍ଲକର ଆଳନ୍ଦା ଗ୍ରାମପଞ୍ଚାୟତ । ଆଜି ମତଦାନ ଆରମ୍ଭ ହେବାର କିଛି ସମୟ ପରେ ଦୁଇ ଗୋଷ୍ଠୀ ମୁଁହାମୁହିଁ ହୋଇଥିଲେ । ଘନ ଘନ ବୋମାମାଡ଼କୁ ଠେଙ୍ଗା ବାଡ଼ି ଓ ଢେଲା ପଥରରେ ରଣକ୍ଷେତ୍ର ପାଲଟି ଥିଲା ଆଳନ୍ଦା ଗ୍ରାମପଞ୍ଚାୟତ । ଏଥିରେ ୪୦ରୁ ଉର୍ଦ୍ଧ ଆହତ ହୋଇଥିବା ବେଳେ କାହାର ମୃତ୍ୟୁ ଘଟିନଥିବା ସୂଚନା ମିଳିଛି ।

ସୂଚନା ଅନୁଯାୟୀ, ଆଜି ପ୍ରଥମ ପର୍ଯ୍ଯାୟରେ ରାଜ୍ୟର ୩୦ଟି ଜିଲ୍ଲାର ୭୧ଟି ବ୍ଲକର ୧୬୬୯ଟି ଗ୍ରାମପଞ୍ଚାୟତର ମତଦାନ ହୋଇଥିଲା । ସକାଳ ୭ଟାରୁ ଆରମ୍ଭ ହୋଇଥିବା ମତଦାନ ଅପରାହ୍ନ ୧ଟା ଯାଏଁ ଜାରି ରହିଥିଲା। ଏଥିପାଇଁ ସମ୍ବେଦନଶୀଳ ସ୍ଥାନ ଗୁଡିକରେ କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତିକୁ ଦୁଷ୍ଟିରେ ରଖି ସୁରକ୍ଷା କଡ଼ାକଡ଼ି ମଧ୍ୟ କରାଯାଇଥିଲା । ହେଲେ ଏଥିରେ ବ୍ୟତିକ୍ରମ ଦେଖିବାକୁ ମିଳିଛି ।

Leave a comment