ବମିଖାଲ ଓଭରବ୍ରିଜ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଭୁବନେଶ୍ୱରବାସୀଙ୍କ ଅପେକ୍ଷାର ଅନ୍ତଘଟିଛି । ଅନେକ ବଦବିବାଦ ଓ ଦୁର୍ଘଟଣା ପରେ ଶେଷରେ ଉଦଘାଟିତ ହେଲା ବମିଖାଲ ଓଭରବ୍ରିଜ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସନ୍ଧ୍ୟାରେ ଉଦଘାଟନ କରିଛନ୍ତି । ଏହି ବ୍ରିଜ ନିର୍ମାଣରେ ୪୪ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ବମିଖାଲ ଓଭରବ୍ରିଜ ଉଦଘାଟନ ପରେ ମୁଖ୍ୟମନ୍ତ୍ରୀ ଓଭରବ୍ରିଜକୁ ବୁଲି ନିରୀକ୍ଷଣ କରିଥିଲେ ।

ସୂଚନା ଅନୁଯାୟୀ, ୨୦୧୨ ମସିହାରେ ଆରମ୍ଭ ହୋଇଥିଲା ବମିଖାଲ ଓଭରବ୍ରିଜ । ଏହାର ନିର୍ମାଣ ଦାୟିତ୍ୱ ଠିକା ସଂସ୍ଥା ପଣ୍ଡା ଇନଫ୍ରାକୁ ଦିଆଯାଇଥିଲା । ଏହି ବ୍ରିଜ ନିର୍ମାଣ ସମୟରେ ଦୁଇ ଥର ଭୁଶୁଡିବା ସହ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ମଧ୍ୟ ହୋଇଥିଲା । ଯାହାକି ରାଜଧାନୀ ବାସୀଙ୍କୁ ଖୁବ ଦୁଃଖିତ କରିଥିଲା । ଶେଷରେ ବ୍ରିଜ ନିର୍ମାଣ ଦାୟିତ୍ୱରେ ଥିବା ଠିକା ସଂସ୍ଥା ପଣ୍ଡା ଇନଫ୍ରାକୁ ରାଜ୍ୟ ସରକାର ବ୍ଲାକ ଆଉଟ କରିଥିଲେ ।

ଏହାପରେ ରାଜ୍ୟ ସରକାରଙ୍କ ପୂର୍ତ୍ତ ବିଭାଗ ଏହି ଓଭରବ୍ରିଜ କାର୍ଯ୍ୟ ହାତକୁ ନେଇଥିଲା । ବମିଖାଲ ଓଭରବ୍ରିଜ ଶେଷ ହେବାକୁ ୭ ବର୍ଷ ସମୟ ଲାଗିଛି । ଏହି ବ୍ରିଜ ନିର୍ମାଣରେ ବିଳମ୍ବ ହେବାରୁ ସ୍ଥାନୀୟ ବାସିନ୍ଦା ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ । ଶେଷରେ ବ୍ରିଜ ଉଦଘାଟନ ହେବାପରେ ଲୋକଙ୍କ ଅସୁବିଧାର ଅନ୍ତଘଟିବ ବୋଲି ସମସ୍ତେ ଆଶାବାଦୀ ।

Leave a comment