ବମିଖାଲର ସମସ୍ତ କରୋନା ଆକ୍ରାନ୍ତ ଗୋଟିଏ ପରିବାରର !

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଗତକାଲି ରାତି ସୁଦ୍ଧା ୩୯ରେ ପହଞ୍ଚିଛି । ସେଥି ମଧ୍ୟରୁ କେବଳ ଭୁବନେଶ୍ୱରର ୩୨ ଜଣ ଅଛନ୍ତି। ଏହି ୩୨ ଜଣଙ୍କ ମଧ୍ୟରୁ ୨ ଜଣ ସୁସ୍ଥ ହେବା ପରେ ହସ୍ପିଟାଲ୍ରୁ ଡିସ୍ଚାର୍ଜ ହୋଇସାରିଛନ୍ତି। ବାକି ୩୦ ଜଣଙ୍କର ଚିକିତ୍ସା ଚାଲିଛି। ତେବେ ବମିଖାଲ ଅଞ୍ଚଳରୁ ଯେଉଁ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି, ସେମାନେ ପ୍ରାୟ ସମସ୍ତେ ଗୋଟିଏ ପରିବାରର ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କରାଯାଇଥିବା ଟ୍ୱିଟ୍ରେ ଉଲ୍ଲେଖ କରାଯାଇଛି।
ଏଥିରେ ଲେଖାଯାଇଛି ଯେ, ଭୁବନେଶ୍ୱରରେ ଏବେ ୩୦ ଜଣ କରୋନା ଆକ୍ରାନ୍ତ ଅଛନ୍ତି। ସେମାନଙ୍କ ମଧ୍ୟରୁ ଅଧିକାଂଶ ସୂର୍ଯ୍ୟ ନଗର ଓ ବମିଖାଲରେ ମିଳିଥିବା ପଜିଟିଭି ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିଲେ। ବମିଖାଲର ପ୍ରାୟ ସମସ୍ତ କେସ୍ ଗୋଟିଏ ପରିବାରର। ଦୁଇଟି ଯାକ ଅଞ୍ଚଳକୁ ସିଲ୍ କରିଦିଆଯାଇଛି ଓ ସର୍ଭେଲାନ୍ସରେ ରଖାଯାଇଛି। ଡରିବାର କିଛି ଆବଶ୍ୟକତା ନାହିଁ।