ରାଜଧାନୀରେ ଫୁଟିଲା ବୋମା , ଜଣେ ଗୁରୁତର

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଭୁବନେଶ୍ୱରରେ ବଢିଚାଲିଥିବା ଅପରାଧିକ ମାମଲାକୁ ନିୟନ୍ତ୍ରଣାକୁ ଆଣିବାକୁ କମିଶନରେଟ ପୋଲିସ ପ୍ରୟାସ ଚଳାଇଥିବା ବେଳେ ଅପରାଧୀ ମଧ୍ୟ ପୋଲିସକୁ ଦେଉଛନ୍ତି ଚ୍ୟାଲେଞ୍ଜ । ରବିବାର ଦିନ ଭୁବନେଶ୍ୱର ବଡ଼ଗଡ଼ ଥାନା ଅଧିନସ୍ଥ ରବି ଟକିଜ ନିକଟରେ ଏକ ଅଟୋରେ ହଠାତ ବିସ୍ପୋରଣ ହୋଇଛି । ଏହି ବିସ୍ଫୋରଣରେ ଅଟୋ ଚାଳକ ଗୁରୁତର ଆହତ ହୋଇଛନ୍ତି ।

ସୂଚନା ଅନୁଯାୟୀ, ଚିଲି ପୋଖରୀ ନିକଟସ୍ଥ ବିଜୟଲକ୍ଷ୍ମୀ ବସ୍ତିର ଏନ ଗୋବିନ୍ଦ ରାଓ(୩୨) ରବିବାର ରାତି ପ୍ରାୟ ୮ଟା ସମୟରେ କାମସାରି ନିଜ ଅଟୋ ଓଆର ୦୨ ବିବି ୬୩୪୫୯ ରେ କଳ୍ପନା ଛକ ରୁ ଘରକୁ ଫେରିବା ସମୟରେ ଟଙ୍କପାଣି ରୋଡ଼ରେ ଥିବା ଏକ ହମ୍ପସକୁ ଅତିକ୍ରମ କରିବା ସମୟରେ ହଠାତ ଗାଡ଼ିରେ ବିସ୍ପୋରଣ ଘଟିଥିଲା । ଫଳରେ ଅଟୋ ଚାଳକ ଗୋବିନ୍ଦ ଗୁରୁତର ଆହତ ହୋଇଛନ୍ତି ।

ବିସ୍ଫୋରଣ ଖବରପାଇ ବଡଗଡ଼ ଥାନା ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ଗୋବିନ୍ଦଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ଗୋବିନ୍ଦଙ୍କ ଅଟୋରୁ ପୋଲିସକୁ କୌଣସି ବୋମା ମିଳିନଥିବା ବେଳେ ଗୋବିନ୍ଦଙ୍କ ସ୍ୱାସ୍ଥ୍ୟବସ୍ଥାରେ ଉର୍ଣ୍ଣତ୍ତି ହେବାପରେ ପଚାର ଉଚୁରା କଲେ ସବୁ ସତ ସମ୍ନାକୁ ଆସିବ ବୋଲି କହିଛି ପୋଲିସ ।

Leave a comment