ମସ୍କୋରୁ ଗୋଆ ଆସୁଥିବା ବିମାନରେ ବୋମା ଆତଙ୍କ; ଜାମନଗରରେ ଜରୁରୀକାଳୀନ ଅବତରଣ

0

ମସ୍କୋରୁ ଗୋଆ ଆସୁଥିବା ଯାତ୍ରୀବାହୀ ବିମାନରେ ବୋମା ଆତଙ୍କ। ବିମାନରେ ବୋମା ଥିବା ଖବର ପରେ ଯାତ୍ରୀଙ୍କ ମଧ୍ୟରେ ଭୟ ଖେଳିଯାଇଥିଲା । ଏହାପରେ ଗୁଜରାଟର ଜାମନଗର ବିମାନବନ୍ଦରରେ ବିମାନକୁ ଜରୁରୀକାଳୀନ ଅବତରଣ କରାଯାଇଥିଲା । ବୋମା ନିଷ୍କ୍ରିୟକାରୀ ଟିମ୍ ଓ ନ୍ୟାସନାଲ ସିକ୍ୟୁରିଟି ଗାର୍ଡ (ଏନ୍ଏସଜି) ପହଞ୍ଚି ବିମାନର ସମସ୍ତ ସେକ୍ସନକୁ ତନ୍ନ ତନ୍ନ କରି ଯାଞ୍ଚ୍ କରିଛନ୍ତି । ବିମାନରେ କୌଣସି ସନ୍ଦିଗ୍ଧ ବସ୍ତୁ ମିଳିନଥିବା ଜଣାପଡ଼ିଛି ।

ବିମାନରେ ୨୩୬ ଜଣ ଯାତ୍ରୀ ଓ ୮ ଜଣ କର୍ମଚାରୀ ଥିଲେ । ବିମାନଟି ଗୋଆର ଡାବୋଲିମ ବିମାନବନ୍ଦରରେ ଓହ୍ଲାଇବାର ଥିଲା । ତେବେ ବୋମା ଭୟ ପରେ ଏହାର ଗତିପଥ ବଦଳାଯାଇଥିଲା ଓ ଏହା ଜାମନଗର ବିମାନବନ୍ଦରରେ ଅବତରଣ କରିଥିଲା । ସବୁ ଯାତ୍ରୀ ଓ ବିମାନ କର୍ମଚାରୀ ସୁରକ୍ଷିତ ଅଛନ୍ତି ।

 

Leave a comment