ସରପଞ୍ଚ ପ୍ରାର୍ଥୀଙ୍କ ଘରକୁ ବୋମା ମାଡ଼

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପଂଚାୟତ ନିର୍ବାଚନ ପାଇଁ ଗାଁ ଗାଁରେ ରାଜନୀତି ସରଗରମ ହୋଇଥିବା ହେବା ସହ ରାଜନୈତିକ ହିଂସା ମଧ୍ୟ ଦେଖିବାକୁ ମିଳିଛି । ଏଭଳି ଘଟଣା ଦେଖିବାକୁ ମିଳିଛି, ନରସିଂହପୁର ଥାନା ଅନ୍ତର୍ଗତ କାଠଖୁଣ୍ଟ ଗ୍ରାମରେ । କାଠଖୁଣ୍ଟ ଗ୍ରାମର ଜଣେ ସ୍ବାଧୀନ ସରପଞ୍ଚ ପ୍ରାର୍ଥୀ ସୁଶୀଲ କୁମାର ମଲିକଙ୍କ ଘରକୁ ରାତି ଅଧିଆ ବୋମା ମାଡ଼ କରାଯାଇଛି । ରାତିରେ ଘରେ ଶୋଇଥିବା ବେଳେ ୩ ଜଣ ଏକ ଧଳା ରଙ୍ଗର କାରରେ ଆସି ଏଭଳି ଘଟଣା ଘଟାଇଥିବା ସୁଶୀଲ ମଲ୍ଲିକ କହିଛନ୍ତି।
ପ୍ରକାଶ ଥାଉକି, ଦୁଇ ଦିନ ପୂର୍ବରୁ ମଧ୍ୟ ତାଙ୍କ ପ୍ରଚାର ଗାଡିକୁ ଭଙ୍ଗାରୁଜା କରିବା ସହ ତାଙ୍କ ଡ୍ରାଇଭରଙ୍କୁ ମଧ୍ୟ ଧମକ ଦିଆଯାଇଥିଲା। ଏ ନେଇ ଏକ ଏତଲା ମଧ୍ୟ ସେ ନରସିଂହପୁର ଥାନାରେ କରିଥିଲେ । ଅନ୍ୟ ଜଣେ ସରପଞ୍ଚ ପ୍ରାର୍ଥିନୀ ଲିପିନା ନାୟକଙ୍କ ସମର୍ଥକ ଏପରି କରିଥିବା ସୁଶୀଲ କହିଛନ୍ତି । ଏ ନେଇ ନରସିଂହପୁର ପୋଲିସ ପ୍ରଶାସନ ସଜାଗ ରହୁନାହାନ୍ତି ବୋଲି ସେ କହିଛନ୍ତି ।