ଆର ପାରିରେ ବଲିଉଡର ପ୍ରସିଦ୍ଧ ସିଙ୍ଗର କେ.କେ

0

ମୁମ୍ବାଇ(ଓଡ଼ିଶା ଫାଷ୍ଟ ବ୍ୟୁରୋ): ଆରପାରିରେ ବଲିଉଡର ପ୍ରସିଦ୍ଧ ସିଙ୍ଗର କେ.କେ ଓରଫ କ୍ରିଷ୍ଣକୁମାର କୁନାଥ । ମଙ୍ଗଳବାର କୋଲକାତାରେ ବିବେକାନନ୍ଦ କଲେଜ ଫେଷ୍ଟିଭାଲରେ ଗୀତ ଗାଇବା ବେଳେ ଅସୁସ୍ଥ ଅନୁଭବ କରିଥିଲେ କେ.କେ । ଏହାପରେ ତାଙ୍କୁ କୋଲକାତାର ସି.କେ ବିର୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା, ଯେଉଁଠି ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । କେକେଙ୍କ ପରଲୋକରେ ବଲିଉଡରେ ଶୋକର ଛାୟା ଖେଳିଯାଇଛି।

ମାତ୍ର ୫୩ ବର୍ଷ ବୟସରେ କେ.କେଙ୍କ ମୃତ୍ୟୁ ପରେ ବଲିଉଡ ସଂଗୀତ ଜଗତରେ ଶୋକର ଛାୟା ଖେଳିଯାଇଛି । ୯୦ ଦଶକରେ ରୋମାଣ୍ଟିକ ଗୀତର ନୂଆ ଟ୍ରେଣ୍ଡ ଆରମ୍ଭ କରିଥିଲେ କେ.କେ । ‘ରେହ ନା ହେ ତେରେ ଦିଲ ମେ’ ଫିଲ୍ମର ‘ସଚ କେହରାହା ହେ ଦୀଲ’ ଗୀତ ତାଙ୍କୁ ବଲିଉଡରେ ଦେଇଥିଲା ଭଏସ ଅଫ୍ ଲଭ୍ ର ପରିଚୟ । ଏହାପରେ ବଲିଉଡକୁ ସେ ଗୋଟିଏ ପରେ ଗୋଟିଏ ହିଟ୍‌ ଗୀତ ଦେଇ ଚାଲିଥିଲେ ।

Leave a comment