ପରଲୋକରେ ଋଷି କପୁର, ବଲିଉଡ଼ ଉପରେ କଳା ବାଦଲ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବଲିଉଡ଼ ଉପରେ କଳା ବାଦଲ । ଗତକାଲି ଲୋକପ୍ରିୟ ଅଭିନେତା ଇରଫାନ ଖାନଙ୍କ ଦେହାନ୍ତ ହେବା ପରେ ଆଜି ପୁଣି ଜଣେ ଦିଗ୍ଗଜ ଅଭିନେତାଙ୍କୁ ହରାଇଛି ସିନେ ବଲିଉଡ଼ ଜଗତ । ୬୭ ବର୍ଷ ବୟସରେ ଇହଧାମ ତ୍ୟାଗ କରିଛନ୍ତି ଭେଟେରାନ୍ ଅଭିନେତା ଋଷି କପୁର । ଋଷି କପୁରଙ୍କ ପରି ଜଣେ ପ୍ରତିଭାବାନ କଳାକାରଙ୍କୁ ହରାଇ ସମଗ୍ର ବଲିଉଡ ଜଗତ ସ୍ତବ୍ଧ ହୋଇଯାଇଛି ।
ସୂଚନା ଅନୁଯାୟୀ, ଗତକାଲି ରାତିରେ ଋଷି କପୁର ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ତୁରନ୍ତ ମୁମ୍ବାଇ ସ୍ଥିତ ଏଚ ଏନ ରିଲାଏନ୍ସ ଫାଉଣ୍ଡେସନ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ମୃତ୍ୟୁବେଳେ ତାଙ୍କର ପତ୍ନୀ ନୀତୁ କପୁର ସେଠାରେ ଉପସ୍ଥିତ ଥିଲେ ।