କରୋନା ପାଇଁ ଘୁଞ୍ଚିଲା ଆଇପିଏଲ, ପଢନ୍ତୁ କେବେ ହେବ ଖେଳ

ଓଡ଼ିଶା ଫାଷ୍ଟ(ବ୍ୟୁରୋ):କରୋନା ଭାଇରସ ସାରା ବିଶ୍ୱରେ କାୟା ବିସ୍ତାର କରିଛି । କରୋନା ପାଇଁ ସ୍କୁଲ କଲେଜ, ସପିଂ ମଲ୍ ଓ ଜିମ୍ ସେଣ୍ଟର, ସଭାସମିତି ବନ୍ଦ ପାଇଁ ସରକାର ଆଦେଶ ଦେଇଥିବାବେଳେ ଏଥିରୁ ବାଦ ପଡିନି ଆଇପିଏଲ୍ । ଚଳିତବର୍ଷ ଆଇପିଏଲ କରୋନା ପାଇଁ ଘୁଞ୍ଚିଯାଇଛି। ଏପ୍ରିଲ ମାସ 15 ତାରିଖ ପର୍ଯ୍ୟନ୍ତ ଆଇପିଏଲକୁ ଘୁଞ୍ଚାଇ ଦିଆଯାଇଛି । ପୂର୍ବରୁ 29 ମାର୍ଚ୍ଚ ରେ ଆଇପିଏଲ ହେବାନେଇ ତାରିଖ ଧାର୍ଯ୍ୟ ହୋଇଥିଲା । ଆଇପିଏଲର ମାଲିକମାନେ ଏକ ବୈଠକ କରି ନିଷ୍ପତ୍ତି ନେଇଥିଲେ ଯେ, କରେନା ପାଇଁ ଆଇପିଏଲକୁ କିଛି ସପ୍ତାହ ପାଇଁ ଘୁଞ୍ଚାଇ ଦିଆଯାଉ ।ଆଇପିଏଲର ଗଭର୍ଣ୍ଣି ବୈଠକ ଆସନ୍ତା 14ରେ ହେବ। ଯେଉଁଥିଲେ ଶେଷ ନିଷ୍ପତ୍ତି ଧାର୍ଯ୍ୟ କରାଯିବ । ପ୍ରକାଶ ଥାଉକି, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କରେନାକୁ ମହାମାରୀ ଘୋଷଣା କରିଛି। ଅନ୍ୟପକ୍ଷରେ ଦିଲ୍ଲୀ ଉପମୁଖ୍ୟ ମନ୍ତ୍ରୀ ମନିଷ ସୋସଦିଆ କହିଛନ୍ତି ଏହି ଘତକ ଭାଇରସ ପାଇଁ ଦିଲ୍ଲୀରେ ଏକମାସ ପର୍ଯ୍ୟନ୍ତ ଖେଳ ପ୍ରତିଯୋଗିତା ହେବନାହିଁ।