ମାଟ୍ରିକ ପରୀକ୍ଷା ପ୍ରଶ୍ନପତ୍ରରେ ତ୍ରୁଟିକୁ ସ୍ୱୀକାର କରିଛି ବୋର୍ଡ; ଚିନ୍ତା ନକରିବାକୁ ପରାମର୍ଶ ଦେଲେ ବୋର୍ଡ ସଭାପତି

0

ମାଟ୍ରିକ ପରୀକ୍ଷା ପ୍ରଶ୍ନପତ୍ରରେ ତ୍ରୁଟିକୁ ସ୍ୱୀକାର କରିଛି ବୋର୍ଡ। ଇତିହାସ ଏବଂ ରାଜନୀତି ବିଜ୍ଞାନ ସେଟ୍ ‘ବି’ ପ୍ରଶ୍ନପତ୍ରରେ ମୁଦ୍ରଣ ଜନିତ ତ୍ରୁଟି ହୋଇଥିବା କଟକ ସ୍ଥିତ ବୋର୍ଡ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି।

ଏଥିରେ ଛାତ୍ରଛାତ୍ରୀ ଏବଂ ଭାବକମାନେ ଚିନ୍ତିତ ନହେବାକୁ ପରାମର୍ଶ ଦେଇଛନ୍ତି ବୋର୍ଡ ସଭାପତି ରାମାଶିଷ ହାଜରା। ଖାତା ଦେଖିବା ସମୟରେ ଛାତ୍ରଛାତ୍ରୀଙ୍କ ସ୍ଵାର୍ଥ ପ୍ରତି ବିଶେଷ ଧ୍ୟାନ ଦିଆଯିବ ବୋଲି ସେ କହିଛନ୍ତି।

ଶନିବାର ଦିନ ଇତିହାସ ଏବଂ ରାଜନୀତି ବିଜ୍ଞାନ ପରୀକ୍ଷା ଚାଲିଥିବାବେଳେ ଏହି ପ୍ରଶ୍ନପତ୍ରରେ ତ୍ରୁଟି ରହିଥିବା ବିଭିନ୍ନ କେନ୍ଦ୍ରରୁ ଅଭିଯୋଗ ଆସିଥିଲା। ସେଟ୍ ‘ବି’ରେ ସେଟ୍ ‘ଏର ପ୍ରଶ୍ନ ରହିଥିବା କିଛି ଛାତ୍ରଛାତ୍ରୀ ଅଭିଯୋଗ କରିଥିଲେ। ଏପରିକି ପ୍ରଶ୍ନପତ୍ରରେ ୧୯ ନମ୍ବର ପ୍ରଶ୍ନ ନଥିବା ଦେଖିବାକୁ ମିଳିଥିଲା।

ପ୍ରଶ୍ନପତ୍ରରେ ତ୍ରୁଟି କାରଣରୁ ଛାତ୍ରଛାତ୍ରୀଙ୍କୁ ୫୦ ପରିବର୍ତ୍ତେ ୪୯ଟି ପ୍ରଶ୍ନର ଉତ୍ତର ଦେବାକୁ ପଡ଼ିଛି। ଫଳରେ ନମ୍ବର କମିବା ନେଇ ଚିନ୍ତାରେ ପଡ଼ିଯାଇଛନ୍ତି ଛାତ୍ରଛାତ୍ରୀ ଓ ଅଭିଭାବକ। ଏ ଦିଗରେ ପଦକ୍ଷେପ ନେବାକୁ ସେମାନେ ବୋର୍ଡ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରିଥିଲେ ଅଭିଭାବକ। ଏହାକୁ ନେଇ ଚିନ୍ତା ନକରିବାକୁ ପରାମର୍ଶ ଦେଇଛନ୍ତି ବୋର୍ଡ ସଭାପତି।

Leave a comment

You cannot copy content of this page