ସମ୍ଭାବ୍ୟ ବାତ୍ୟାକୁ ନେଇ ବିଏମସିର ବୈଠକ
ଭୁବନେଶ୍ୱର(ଓଡ଼ିଶା ଫାଷ୍ଟ ବ୍ୟୁରୋ): ମେ’ ୫ରେ ହେବାକୁ ଥିବା ଲଘୁଚାପକୁ ନେଇ ଭିନ୍ନ ଭିନ୍ନ ଆକଳନ କରିଛନ୍ତି ପାଣିପାଗ ସଂସ୍ଥା । ଇସିଏମଡବ୍ଲୁଏଫର ମଡେଲ ଅନୁସାରେ ଏହି ବାତା ଓଡ଼ିଶା ଉପରେ କୌଣସି ପ୍ରଭାବ ପକାଇବ ନାହିଁ । ଏହା ପଶ୍ଚିମବଙ୍ଗର ଗଙ୍ଗାନଦୀ ଅବବାହିକାରେ ସ୍ଥଳଭାଗ ଛୁଇଁବ ବୋଲି ଅନୁମାନ କରୁଛି ଏହି ୟୁରୋପୀଅନ ପାଣିପାଗ ସଂସ୍ଥା ।
ସେପଟେ ଆମେରିକାର ଜିଏଫଏସ ମଡେଲ ଅନୁସାରେ ଏହି ବାତା ଆନ୍ଧ୍ର ଉପକୂଳ ଶ୍ରୀକାକୁଲମଠାରେ ସ୍ଥଳଭାଗ ଛୁଇଁବାର ଅନୁମାନ କରୁଛି । ତେଣେ ଆଇଏମଡି ପକ୍ଷରୁ ବାତା ସମ୍ପର୍କରେ ସ୍ପଷ୍ଟ ସୂଚନା ମିଳିନି । ସେପଟେ ସମ୍ଭାବ୍ୟ ବାତ୍ୟା ନେଇ ଭୁବନେଶ୍ୱର ମହାନଗର ନିଗମର ବୈଠକ ପ୍ରସ୍ତୁତି । ବିଏମସିରେ ଚାଲିଛି ଉଚ୍ଚସ୍ତରୀୟ ବୈଠକ । ବିଏମସି ମେୟରଙ୍କ ଅଧ୍ୟକ୍ଷତାରେ ବସିଛି ବୈଠକ । ବୈଠକରେ ସମସ୍ତ ବରିଷ୍ଠ ଅଧିକାରୀ ଉପସ୍ଥିତ ।