ରମ୍ଜାନ୍ ଓ ପଣା ସଂକ୍ରାନ୍ତି ଉପରେ ଲାଗିଲା କଟକଣା
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଗୋଟିଏ ପଟେ ରମଜାନ ମାସ ଅନ୍ୟ ପଟେ ବିଷୁବ ସଂକ୍ରାନ୍ତି ବା ପଣା ସଂକ୍ରାନ୍ତି। ଉଭୟ ପର୍ବ ପାଇଁ ବିଏମସି ପକ୍ଷରୁ ଜାରି ହୋଇଛି କଟକଣା । କରୋନା ସଂକ୍ରମଣକୁ ଦୃଷ୍ଟି ରଖି ଏପରି ନିଷ୍ପତ୍ତି ନିଆଯାଇଛି।
ବିଏମସିର କଟକଣା ଅନୁଯାୟୀ, ସର୍ବସାଧାରଣ ସ୍ଥାନରେ ପଣା ବଣ୍ଟନ କାର୍ଯ୍ୟକ୍ରମ ହୋଇପାରିବ ନାହିଁ। କେବଳ ଧାର୍ମିକ ଅନୁଷ୍ଠାନରେ ରୀତିନୀତି ପ୍ରକାରରେ ସେବାୟତ ବା ପୂଜକ କରିପାରିବେ ସଂକ୍ରାନ୍ତି। ଭକ୍ତଙ୍କୁ ସମ୍ପୂର୍ଣ୍ଣ ମନା। ସେହିଭଳି ରମଜାନ ପାଇଁ ମୁସଲମାନଙ୍କ ଦୁଇଟି ଗ୍ରୁପର କର୍ମକର୍ତ୍ତାଙ୍କ ସହିତ ଆଲୋଚନା ହୋଇଛି। ଖୁବଶୀଘ୍ର ଏନେଇ ଜାରି ହେବ ଏସଓପି। ଶୁକ୍ରବାର ଦିନ ହେଉଥିବା ନମାଜ ପାଠ ପାଇଁ ସମ୍ପୃକ୍ତ ଧାର୍ମିକ ଅନୁଷ୍ଠାନର ଧାରଣ କ୍ଷମତା ଠାରୁ ଶତକଡା ୫୦ଭାଗ ଲୋକଙ୍କ ପାଇଁ ଦିଆଯିବ ଅନୁମତି। ମାସ୍କ, ସାନିଟାଇଜର ଓ ୬ ଫୁଟର ସାମାଜିକ ଦୂରତା ବାଧ୍ୟତାମୂଳକ ।