ବରିଷ୍ଠ ନାଗରିକଙ୍କୁ ‘ସଚେତକ’ ଆପ୍‌ ମାଧ୍ୟମରେ ସରକାରୀ ଗାଇଡଲାଇନ ଦିଆଯାଉଛି: ବିଏମ୍‌ସି କମିସନର

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବରିଷ୍ଠ ନାଗରିକମାନଙ୍କୁ ସଚେତକ ଆପ୍‌ ମାଧ୍ୟମରେ ସରକାରୀ ଗାଇଡଲାଇନ ଦିଆଯାଉଛି ବୋଲି କହିଛନ୍ତି ଭୁବନେଶ୍ୱର ମହାନଗର ନିଗମ କମିସନର ପ୍ରେମଚନ୍ଦ୍ର ଚୌଧୁରୀ। ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି, ବରିଷ୍ଠ ନାଗରିକ, ଗର୍ଭବତୀ, ବହୁରୋଗରେ ପୀଡ଼ିତ ରୋଗୀଙ୍କ ପାଇଁ ସର୍ଭେ କରାଯାଉଛି। ଭୁବନେଶ୍ୱରରେ ଏଭଳି ୫୦୦୦ ଲୋକ ରହୁଛନ୍ତି, ଯେଉଁମାନଙ୍କର ସାଥିରେ ତାଙ୍କର ପରିବାର ଲୋକ ରହୁ ନାହାନ୍ତି। ବରିଷ୍ଠ ନାଗରିକମାନେ ସକାଳ ୫ରୁ ୭ଟା ଯାଏଁ ପାର୍କରେ ବୁଲିପାରିବେ। ଏଥି ପାଇଁ ଅନୁମତି ଦିଆଯାଉଛି। ବରିଷ୍ଠ ନାଗରିକମାନେ ଯେଭଳି ଭାବରେ ବ୍ୟାଙ୍କି କାମରେ ବ୍ୟାଙ୍କ ଅଧିକାରୀଙ୍କ ସହିତ କଥା ହୋଇଛି।

ସେ କହିଛନ୍ତି, ବାହାର ରାଜ୍ୟରୁ ଓ ବିଦେଶରୁ ଭୁବନେଶ୍ୱରକୁ ୮ ହଜାର ୬୮୧ ଜଣ ପ୍ରବାସୀ ଫେରିଛନ୍ତି। ଏବେ ୨ ହଜାର ୭୯୧ ଜଣ ପ୍ରବାସୀ ସଂଗରୋଧରେ ଅଛନ୍ତି। ଅନ୍ୟମାନଙ୍କର ୧୪ ଦିନିଆ ହୋମ କ୍ୱାରଣ୍ଟାଇନ ଅବଧି ଶେଷ ହୋଇଯାଇଛି। ଗୋଷ୍ଠୀ ସଂକ୍ରମଣ ନ ହେବା ପାଇଁ ଆମେ କାମ କରିଛୁ। ୨ ହଜାର ୮୫ ଜଣ ସ୍ୱେଚ୍ଛାସେବୀ ଏଥିପାଇଁ କାମ କରୁଛନ୍ତି। ୫ ଜଣ ଲେଖାଏଁ ଲୋକଙ୍କୁ ନେଇ ଏକ କମିଟି ଗଠନ କରାଯାଇଛି। ଏମାନେ ଓ୍ଵାର୍ଡମାନଙ୍କରେ କାମ କରୁଛନ୍ତି। ଏହି କମିଟିରେ ସ୍ଥାନୀୟ ଅଂଚଳରେ ବରିଷ୍ଠ ଅଧିକାରୀ, ଅବସର ପ୍ରାପ୍ତ ଡାକ୍ତର, ଜଣାଶୁଣା ବ୍ୟକ୍ତି ବିଶେଷ ଅଛନ୍ତି। ଏମାନଙ୍କର ଅଭିଜ୍ଞତା କାମରେ ଆସୁଛି। ସବୁ ସ୍ୱେଚ୍ଛାସେବୀଙ୍କୁ ଆମେ ତାଲିମ ଦେଇଛୁ। ୧୪୯୭ ଲୋକଙ୍କୁ ଆମେ କିଟି ଓ ଥର୍ମାଲ ସ୍କାନର ଯୋଗାଇ ଦେଉଛୁ।

Leave a comment