ବିଦା ହେବେ ବଞ୍ଜାରା: ବିଏମସି

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜଧାନୀରେ ବଞ୍ଜାରାଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ବିଭିନ୍ନ ଛକରେ ଏମାନେ ଭିକ୍ଷାବୃତ୍ତି କରୁଛନ୍ତି । ଏଣିକି ବଞ୍ଜାରା ଭିକ୍ଷାବୃତ୍ତି ଉପରେ ଲାଗିବ ରୋକ୍। ଭୁବନେଶ୍ଵର ମହାନଗର ନିଗମ ଏବଂ କମିସନରେଟ ପୁଲିସ ମିଳିତ ସହଯୋଗରେ ସହରାଞ୍ଚଳ ଆଶ୍ରୟସ୍ଥଳୀ ପରିଚାଳନା କରୁଥିବା ବିଭିନ୍ନ ସଙ୍ଗଠନ ପକ୍ଷରୁ ସ୍ୱତନ୍ତ୍ର ପଦକ୍ଷେପ ସ୍ବରୂପ ସଚେତନତା କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ।

ବାରମ୍ବାର ସଚେତନ କରାଯାଉଥିଲେ ମଧ୍ୟ ବଞ୍ଜାରାମାନେ ନିଜ ସ୍ଥାନକୁ ଫେରି ନଯିବା ଏବଂ ଭିକ୍ଷାବୃତ୍ତିକୁ ଆଦରି ନେବା ଅଭ୍ୟାସ ଦେଖିବାକୁ ମିଳୁଛି । ଶୁକ୍ରବାର ମାଷ୍ଟରକ୍ୟାଣ୍ଟିନ୍ ଛକଠାରେ ବିଏମ୍‌ସି ଉପାୟୁକ୍ତ କମଳାକାନ୍ତ ବେହେରା ଏବଂ ଅତିରିକ୍ତ ପୁଲିସ ଆୟୁକ୍ତ ଲଳିତେନ୍ଦୁ ମହାନ୍ତି ବଞ୍ଜାରାଙ୍କୁ ଭେଟିବା ସହିତ ରହୁଥିବା ସ୍ଥାନକୁ ଯାଇ ବୁଝାଇଥିଲେ।

ବିଏମ୍‌ସି ଅଞ୍ଚଳରେ ୩ଟି ଆଶ୍ରୟ (ଭିକାରି) ଏବଂ ୭ଟି ସହରାଞ୍ଚଳ ଆଶ୍ରୟସ୍ଥଳୀରହିଛି । ସହରାଞ୍ଚଳ ଅଶ୍ରୟସ୍ଥଳୀରେ ସମୁଦାୟ ୩୫୬ରୁ ଊର୍ଦ୍ଧ୍ବ ବ୍ୟକ୍ତି ରହିବା ସୁବିଧା ଥିବାବେଳେ ଚନ୍ଦ୍ରଶେଖରପୁର ସହରାଞ୍ଚଳ ଆଶ୍ରୟସ୍ଥଳୀକୁ ମହିଳା ହିତାଧ୍ୟାକାରୀଙ୍କ ପାଇଁ ଉତ୍ସର୍ଗ କରାଯାଇଛି। ୩ଟି ଆଶ୍ରୟ ଗୃହରେ ୩୦୦ ହିତାଧ୍ୟାକାରୀ ରହିବା ସୁବିଧା ରହିଛି। କରୋନା ପ୍ରଥମ ଲହର ଏବଂ ଦ୍ଵିତୀୟ ଲହରରେ କେତେକ ବଞ୍ଜାରାଙ୍କୁ ସ୍ଵତନ୍ତ୍ର ଆଶ୍ରୟସ୍ଥଳୀରେ ଅଳ୍ପ ଦିନ ରଖାଯାଇଥିଲା। ସେମାନେ କିପରି ବାହାରେ ନବୁଲିବେ ଏବଂ କରୋନା ନିୟମକୁ ମାନି ଚଳିବେ ସେଥୂପ୍ରତି ଧ୍ୟାନ ଦିଆଯାଇ ଆବଶ୍ୟକ ପଦକ୍ଷେପ ନିଆଯାଇଥିଲା ଏବଂ ଶୁଖିଲା ଖାଦ୍ୟ ଦିଆଯାଇଥିଲା । ଏମାନଙ୍କ ମଧ୍ୟରୁ କେତେକ ନିଜ ରାଜ୍ୟକୁ ଚାଲିଯାଉଥିବାବେଳେ ଆଉ କେତେକ ଭୁବନେଶ୍ଵରରେ ଥିବା ନଜରକୁ ଆସିଥିଲା। ଏମାନଙ୍କୁ ବାରମ୍ବାର ବୁଝାଇବା, ଉଦ୍ଧାର କରିବା ଏବଂ ଭିକ୍ଷାବୃତ୍ତି ନକରିବାକୁ ପ୍ରବର୍ତ୍ତାଇବା କାର୍ଯ୍ୟକ୍ରମ ଜାରି ରହିବ ବୋଲି ବିଏମ୍‌ସି ପକ୍ଷରୁ ସୂଚନା ଦିଆଯାଇଛି।

Leave a comment