ଭୁବନେଶ୍ୱର ବ୍ଲୁ ହ୍ୱିଲ୍ ହସ୍ପିଟାଲ୍‌ ସିଲ୍

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କୋଭିଡ-୧୯ ଗାଇଡଲାଇନ ଉଲ୍ଲଂଘନ ଅଭିଯୋଗରେ ବିଏମସି ବା ଭୁବନେଶ୍ୱର ମହାନଗର ନିଗମର କାର୍ଯ୍ୟାନୁଷ୍ଠାନ। ଭୁବନେଶ୍ୱରର ମଂଚେଶ୍ୱରରେ ଥିବା ବ୍ଲୁ ହ୍ୱିଲ ହସ୍ପିଟାଲକୁ ବିଏମସି ପକ୍ଷରୁ ସିଲ କରାଯାଇଛି । ବିଏମସି ପକ୍ଷରୁ ଟ୍ୱିଟ କରି କୁହାଯାଇଛି ଯେ, କୋଭିଡ ୧୯ ଗାଇଡଲାଇନ ଉଲ୍ଲଙ୍ଘନ କରିଥିବାରୁ ଏହି ହସ୍ପିଟାଲକୁ ସିଲ କରାଯାଇଛି । ଜୁନ ୨୩ ସୁଦ୍ଧା ସମୁଦାୟ ୨୭ ଜଣ କରୋନା ପଜିଟିଭ ଏହି ହସ୍ପିଟାଲରୁ ଚିହ୍ନଟ ହୋଇଥିଲେ । ସିଲ କରାଯିବା ସହ ଏହି ହସ୍ପିଟାଲକୁ କାରଣଦର୍ଶାଅ ନୋଟିସ ମଧ୍ୟ ଜାରି କରାଯାଇଛି।

Leave a comment