ଏହି ୧୦ଟି ଜିନିଷ ଖାଇଲେ ଉଚ୍ଚ ରକ୍ତଚାପ ରହିବ ନିୟନ୍ତ୍ରଣରେ

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ହାଇପରଟେନସନ କିମ୍ବା ଉଚ୍ଚ ରକ୍ତ ଚାପ ହୃଦୟ ସହ ଜଡ଼ିତ ଏକ ଗମ୍ଭୀର ରୋଗ। ରକ୍ତଚାପର ବିପଦ ଦୁଇ ପ୍ରକାରର ହୋଇଥାଏ। ପ୍ରଥମ ସିଷ୍ଟାଲିକ୍ ବ୍ଲଡ ପ୍ରେସର ଯାହା 130 mm Hg ରୁ ଅଧିକ ହେଲେ ରୋଗୀଙ୍କ ଜୀବନ ଯିବାର ଆଶଙ୍କା ଥାଏ। ଦ୍ବିତୀୟ,ଡିଷ୍ଟାଲିକ ବ୍ଲଡ ପ୍ରେସର ଯାହା 80 mm Hg ରୁ କମ୍ ହେବା ଚିନ୍ତାଜନକ।
ରକ୍ତ ଚାପକୁ ନିୟନ୍ତ୍ରଣ କରିବା ପାଇଁ ଅଧିକାଂଶ ଲୋକ ଔଷଧର ସାହାଯ୍ୟ ନେଇଥାନ୍ତି। କିନ୍ତୁ ସ୍ବାସ୍ଥ୍ୟ ବିଶେଷଜ୍ଞ ନିଜେ ପ୍ରାକୃତିକ ଖାଦ୍ୟ ଦ୍ବାରା ରକ୍ତ ଚାପକୁ ନିୟନ୍ତ୍ରଣ କରିବା ଅଧିକ ଭଲ ବିକଳ୍ପ ମାନିଥାନ୍ତି। ଆସନ୍ତୁ ଜାଣିବା ୧୦ଟି ଜିନିଷ ବିଷୟରେ ଯାହକୁ ଡାୟେଟରେ ସାମିଲ କରିବା ଦ୍ବାରା ଉଚ୍ଚ ରକ୍ତଚାପର ଆଶଙ୍କା କମ୍ ହୋଇପାରେ।
୧.ଖଟା ଫଳ : ଲେମ୍ବୁ,କମଳା ଏବଂ ଅଙ୍ଗୁର ଭଳି ଖଟାଫଳରେ ରକ୍ତଚାପକୁ ନିୟନ୍ତ୍ରଣ କରିବାର କ୍ଷମତା ରହିଥାଏ। ବିଭିନ୍ନ ପ୍ରକାରର ଭିଟାମିନ ଏବଂ ମିନେରାଲରେ ଭରପୂର ଏହି ଫଳ ହୃଦରୋଗକୁ କମ୍ କରିଥାଏ। କମଳା ଏବଂ ଅଙ୍ଗୁର ଜୁସ୍ ପିଇବା ଦ୍ବାରା ରକ୍ତଚାପର ଆଶଙ୍କାକୁ କମ୍ କରାଯାଇପାରିବ।
୨. ସାଲମନ ମାଛ: ଓମେଗା-୩ ଫ୍ୟାଟି ଏସିଡକୁ ହୃଦୟର ସ୍ବାସ୍ଥ୍ୟ ପାଇଁ ଭଲ କୁହାଯାଇଥାଏ। ଶରୀରରେ ଏହାର ପୂରଣ ପାଇଁ ସାଲମନ ମାଛ ଉପଯୁକ୍ତ ରହିବ। ଏହି ଚର୍ବି ଶରୀରରେ ଯାଇ କେବଳ ଯେ ରକ୍ତଚାପକୁ ନିୟନ୍ତ୍ରଣ କରିବ ନାହିଁ ବରଂ ରକ୍ତ କୋଶିକା ଏବଂ ଫୁଲା ଉପରେ ମଧ୍ୟ ପ୍ରଭାବ ପକାଇବ।
୩. କଖାରୁ : ମ୍ୟାଗ୍ନେସିୟମ,ପୋଟାସିୟମ,ଅର୍ଜିନିନ ଏବଂ ଆମିନୋ ଏସିଡରେ ଭରପୂର କଖାରୁ ଆମ ସ୍ବାସ୍ଥ୍ୟ ପାଇଁ ଲାଭଦାୟକ। କଖାରୁ ମଞ୍ଜିରେ ପ୍ରସ୍ତୁତ ଔଷଧୀୟ ତୈଳ ଉଚ୍ଚ ରକ୍ତଚାପ ରୋଗୀଙ୍କ ପାଇଁ ଉପଯୁକ୍ତ ଜିନିଷ।
୪.ଡାଲିଜାତୀୟ ଖାଦ୍ୟ : ଡାଲି ଜାତୀୟ ଖାଦ୍ରରେ ଥିବା ପୋଷକ ତତ୍ତ୍ବ ଶରୀରରେ ରକ୍ତ ପ୍ରବାହକୁ ଭଲ ଭାବେ ରେଗୁଲେଟ କରିବାରେ ସାହାଯ୍ୟ କରିଥାଏ। ଏଥିରେ ଥିବା ଫାଇବର,ମ୍ୟାଗ୍ନେସିୟମ ଏବଂ ପୋଟାସିୟମ ହୃଦୟର ସ୍ବାସ୍ଥ୍ୟ ପାଇଁ ଭଲ ହୋଇଥାଏ।
୫. କୋଳି : କୋଳିରେ ଥିବା ଏନ୍ଥୋସିୟାନିନ ନାମକ ଆଣ୍ଟି ଅକ୍ସିଡାଣ୍ଟ ଚମତ୍କାର ଜିନିଷ। ଏହା ଉଚ୍ଚ ରକ୍ତଚାପ ଭଳି ଗମ୍ଭୀର ରୋଗକୁ ଆମକୁ ସୁରକ୍ଷା ଦେଇଥାଏ। ଏନ୍ଥୋସିୟାନିନରେ ଥିବା ନାଇଟ୍ରିକ ଅକ୍ସାଇଡ ରକ୍ତବାହିକାରେ ସମସ୍ୟା ସୃଷ୍ଟି କରୁଥିବା ଅଣୁର ଉତ୍ପାଦନକୁ କମ୍ କରିଥାଏ। ଯାହା ଦ୍ବାରା ରକ୍ତଚାପ ସ୍ତର ନିୟନ୍ତ୍ରଣରେ ରହିଥାଏ।
୬. ଅମରନ୍ଥ: ଅମରନ୍ଥ ସାବୁ ଭଳି ଖାଦ୍ୟ ଖାଇବା ଦ୍ବାରା ଉଚ୍ଚ ରକ୍ତଚାପକୁ କମ୍ କରାଯାଇପାରିବ।
୭. ପେସ୍ତା ବାଦାମ : ଫାଇବର,ପ୍ରୋଟିନ,ଭିଟାମିନ୍ ସି,ଜିଙ୍କ,କପର,ପୋଟାସିୟମ,ଆଇରନ,କ୍ୟାଲସିୟମ ଏବଂ ବିଭିନ୍ନ ପ୍ରକାରର ଆବଶ୍ୟକୀୟ ଲବଣରେ ଭରପୂର ପେସ୍ତା ବାଦାମ ସ୍ବାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ। ପେସ୍ତା ଉଚ୍ଚ ରକ୍ତଚାପ ଏବଂ ନିମ୍ନ ରକ୍ତଚାପ ଉଭୟକୁ ସହଜରେ ବାଲାନ୍ସ କରିପାରେ।
୮. ଗାଜର : କିଛି ଲୋକ ନିଜ ସକାଳ ଜଳଖିଆରେ ଗାଜରକୁ ସାମିଲ କରିବାକୁ ଭୁଲନ୍ତି ନାହିଁ। ଗାଜରରେ ବିଭିନ୍ନ ପ୍ରକାରର ଫୈନୋଲିକ୍ କମ୍ପାଉଣ୍ଡ ଯେପରିକି କ୍ଲୋରୋଜେନିକ,ପି-କୁମୈରିକ ଏବଂ କ୍ୟାଫିକ୍ ଏସିଡ ଥାଏ। ଏହା କେବଳ ରକ୍ତବାହିକା ପାଇଁ ଭଲ ହୋଇନଥାଏ ବରଂ ନିମ୍ନ ରକ୍ତଚାପ ସମସ୍ୟା ମଧ୍ୟ ଏହା ଦ୍ବାରା ଦୂର ହୋଇଥାଏ।
୯. ବ୍ରୋକୋଲି : ସ୍ବାସ୍ଥ୍ୟ ବିଶେଷଜ୍ଞ ଲୋକଙ୍କୁ ଡାୟେଟରେ ବ୍ରୋକୋଲି ସାମିଲ କରିବାକୁ ପରାମର୍ଶ ଦେଇଥାନ୍ତି। ବ୍ରୋକୋଲିରେ ଥିବା ଆଣ୍ଟି ଅକ୍ସିଡାଣ୍ଟ ଉଚ୍ଚ ଏବଂ ନିମ୍ନ ରକ୍ତଚାପ ଆଶଙ୍କାକୁ କମ୍ କରିଥାଏ।
୧୦.ପାଳଙ୍ଗ: ପାଳଙ୍ଗରେ ଥିବା ପୋଟାସିୟମ,କ୍ୟାଲସିୟମ,ମ୍ୟାଗ୍ନେସିୟମ ଏବଂ ନାଇଟ୍ରେଟସ ମଧ୍ୟ ସ୍ବାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ। ସପ୍ତାହରେ ପ୍ରତିଦିନ ପାଳଙ୍ଗ ସୁପ୍ ପିଉଥିବା ବ୍ୟକ୍ତିଙ୍କର ଉଚ୍ଚ ଏବଂ ନିମ୍ନ ରକ୍ତଚାପର ଆଶଙ୍କା କମ୍ ଥାଏ।