ୱାର୍ଡ ନଂ ୫୮, ବ୍ରହ୍ମେଶ୍ୱରପାଟଣାଠାରେ ଓଡ଼ିଶା ମୋ ପରିବାର, ଜୀବନ ବିନ୍ଦୁ ରକ୍ତ ଦାନ ଶିବିର ଅନୁଷ୍ଠିତ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଆହ୍ବାନ କ୍ରମେ ଅଗଷ୍ଟ ୯ କ୍ରାନ୍ତି ଦିବସରୁ ସ୍ଵାଧୀନତା ଦିବସ ସାତଦିନ ବ୍ୟାପୀ ରକ୍ତଦାନ ଶିବିର ଜୀବନ ବିନ୍ଦୁ କାର୍ଯ୍ୟକ୍ରମରେ ତା୧୪ ରିଖ ଶୁକ୍ରବାର ସକାଳ ୯.୦୦ଘଟିକାରେ ଏକାମ୍ର ନିର୍ବାଚନ ମଣ୍ଡଳୀ ୱାର୍ଡ ନଂ ୫୮ ଅନ୍ତର୍ଗତ ବ୍ରହ୍ମେଶ୍ୱରପାଟଣାଠାରେ ‘ଓଡ଼ିଶା ମୋ ପରିବାର’- ଜୀବନ ବିନ୍ଦୁ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି ।
ଏହି କାର୍ଯ୍ୟକ୍ରମରେ ମାନ୍ୟବର ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ବିଧାୟକ ଶ୍ରୀ ଅନନ୍ତ ନାରାୟଣ ଜେନା, ଶ୍ରୀ ସୁଶାନ୍ତ ରାଉତ, ଏକାମ୍ର ଜୀବନ ବିନ୍ଦୁର ଆବାହକ ଶ୍ରୀ ଅଶ୍ଵିନୀ ସୁନ୍ଦରାୟ, ପୂର୍ବତନ କର୍ପୋରେଟର ପୁଷ୍ପା ଦାସ, ମହାମାୟା ସ୍ୱାଇଁ, ସୀମା ନାୟକ, ଅନିତା ରାଣୀ ମହାନ୍ତି, ସନ୍ତୋଷ ବେଜ୍, ଭାରତୀ ସିଂ, ସନ୍ତୋଷ ସିଂ, ଦିଲାନ୍ ଦାସ୍, ପୂର୍ଣେନ୍ଦୁ ପୂଜାପଣ୍ଡା, ଶିବପ୍ରସାଦ ମହାପାତ୍ର, ବଳରାମ ସ୍ବାଇଁ ପ୍ରମୁଖ ଉପସ୍ଥିତ ରହି ରକ୍ତଦାତାଙ୍କୁ ଉତ୍ସାହିତ କରିବା ସହ ପ୍ରମାଣପତ୍ର ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ୪୨ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା ।