ପୁରୀ ଜିଲ୍ଲା କଟକପଡା ଜୀବନ ବିନ୍ଦୁ ରକ୍ତଦାନ ଶିବିର ପରିଭ୍ରମଣ କଲେ ସଞ୍ଜୟ ଦାସବର୍ମା

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଜି ପୁରୀ ଜିଲ୍ଲା ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀର ବେଣ୍ଟପୁର ପଞ୍ଚାୟତର କଟକପଡା ଠାରେ ଓଡିଶା-ମୋ ପରିବାର ଆନୁକୂଲ୍ୟରେ ଜୀବନ ବିନ୍ଦୁ ସ୍ବେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଅଛି । ଏହି କାର୍ଯ୍ୟକ୍ରମରେ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମା ଯୋଗଦେଇ ସେ କହିଛନ୍ତି, କରୋନା ମହାମାରୀର ଏହି କଠିନ ପରିସ୍ଥିତିରେ ସ୍ବେଚ୍ଛାକୃତ ଭାବରେ ରକ୍ତଦାନ କରିଥିବା ସମସ୍ତ ରକ୍ତଦାତାଙ୍କୁ ଆନ୍ତରିକ ସାଧୁବାଦ । କେହି ଜଣେ ବି ବ୍ୟକ୍ତି ରକ୍ତ ଅଭାବରୁ ସ୍ବାସ୍ଥ୍ୟ ଗତ ସମସ୍ୟାରେ ସମୁଖୀନ ନ ହୁଅନ୍ତି, ଏହାକୁ ନିଶ୍ଚିତ କରିବା ଆଜିର ଏହି କଠିନ ସମୟରେ ଆମର କତ୍ତବ୍ୟ ଓ ଦାୟିତ୍ବ । ରକ୍ତଦାନ କ୍ଷେତ୍ରରେ ଜିବନ ବିନ୍ଦୁ କାର୍ଯ୍ୟକ୍ରମ ଲୋକଙ୍କ ଆଶା ଓ ଭରସା ସାଜିଛି ।
ଶ୍ରୀ ଦାସବର୍ମା ଅନୁରୋଧ କରି କହିଛନ୍ତି, ଗୁରୁତର କରୋନା ସଂକ୍ରମିତ କୁ ଆରୋଗ୍ୟ କରିବା ପାଇଁ ଆମ ପାଇଁ ସବୁଠାରୁ ବଡ଼ ଆହ୍ବାନ । ସେଥିପାଇଁ ଜଣେ ଆରୋଗ୍ୟ ବ୍ୟକ୍ତି ସୁସ୍ଥ ହେବାର ୪ ସପ୍ତାହ ପରେ ପ୍ଲାଜମା ଦାନ କରି ଦୁଇ ଗୁଣ କରୋନା ରୋଗିଙ୍କୁ ନୂଆ ଜୀବନ ଦେଇ ପାରିବେ । ନିଜେ ପ୍ଲାଜମା ଦାନ କରି ଅନ୍ୟର ଜୀବନ ବଞ୍ଚାଇବା ପାଇଁ ସ୍ବେଚ୍ଛାକୃତ ଭାବେ ଆଗେଇ ଆସିବାକୁ କରୋନା ସଂକ୍ରମଣରୁ ଆରୋଗ୍ୟ ଲାଭ କରିଥିବା ବ୍ୟକ୍ତି ମାନଙ୍କୁ ଶ୍ରୀ ଦାସବର୍ମା ବିନମ୍ର ନିବେଦନ କରିଛନ୍ତି । ଏହି କାର୍ଯ୍ୟକ୍ରମ ରେ ରାଜ୍ୟ ଜୀବନ ବିନ୍ଦୁ ସଂଯୋଜକ ତଥା ଯୁବ କଲ୍ୟାଣ ବୋର୍ଡ଼ କାର୍ଯ୍ୟନିର୍ବାହି ଅଧ୍ୟକ୍ଷ ବିଜୟ ନାୟକ, ଜିଲ୍ଲା ଜୀବନ ବିନ୍ଦୁ ସଂଯୋଜକ ସୁଭାସିସ ଖୁଣ୍ଟିଆ, ବ୍ରହ୍ମଗିରି ବ୍ଲକ ବିଜୁ ଜନତା ଦଳ ସଭାପତି ବିଦ୍ୟାଧର ସ୍ୱାଇଁ, ଜିଲ୍ଲା ପରିଷଦ ସଦସ୍ୟ କୈଳାସ ଚନ୍ଦ୍ର ପରିଡା, ସରପଞ୍ଚ ପର୍ଶୁରାମ ସାହୁ, ପୁରୀ ଜିଲ୍ଲା ବିଜୁ ଯୁବ ଜନତା ଦଳର ଉପସଭାପତି ବିଜୟ କୁମାର ଦଳାଇ, ଜିଲ୍ଲା ବିଜୁ ଜନତା ଦଳର ସମ୍ପାଦକ ଅମୁଲ୍ୟ କୁମାର ଜେନା, ଯୁବ ନେତା କୃଷ୍ଣ ଚନ୍ଦ୍ର ରାଉତ ଓ ବ୍ରହ୍ମଗିରି ପଞ୍ଚାୟତର ସମିତି ସଭ୍ୟ ଯୁଧିଷ୍ଠିର ନାୟକ ଉପସ୍ଥିତି ଥିଲେ ।