ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ ଦ୍ଵାରା ଔଷଧ ବ୍ୟବସାୟୀ ସଂଘ ଓ ଖୋର୍ଦ୍ଧା ଜିଲ୍ଲା ଔଷଧ ବ୍ୟବସାୟୀ ସଂଘର ରକ୍ତଦାନ ଶିବିର ଉଦଘାଟିତ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଜି ଭୁବନେଶ୍ୱର ଔଷଧ ବ୍ୟବସାୟୀ ସଂଘ ଓ ଖୋର୍ଦ୍ଧା ଜିଲ୍ଲା ଔଷଧ ବ୍ୟବସାୟୀ ସଂଘର ଅନୁକୁଲ୍ୟରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ଯାହାକୁ ମାନ୍ୟବର ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ ଉଦଘାଟନ କରିଥିଲେ । ଏଥିରେ ମାନ୍ୟବର ମନ୍ତ୍ରୀ ଅଶୋକ ପଣ୍ଡା, ବିଧାୟକ ଲାଳିତେନ୍ତୁ ବିଦ୍ୟାଧର ମହାପାତ୍ର ବ୍ରହ୍ମଗିରି, ଭୁବନେଶ୍ୱରର ମେୟର ସୁଲୋଚନା ଦାସ, ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ, ଭୁବନେଶ୍ୱର ମହାନଗର ନିଗମର କର୍ପୋରେଟର ବିରଂଚି ନାରାୟଣ ମହସୂପକାର, ଆମ ଓଡ଼ିଶାର ପ୍ରତିଷ୍ଠାତା ରୁଦ୍ର ସାମନ୍ତରାୟ, ଡିସିପି (ସୁରକ୍ଷା) ନିର୍ମଳ କୁମାର ଶତପଥୀ ଓ ଅନ୍ୟାନ ବହୁ ମାନ୍ୟଗଣ ବ୍ୟକ୍ତି ଯୋଗ ଦେଇଥିଲେ । ସେମାନେ ଶିବିରରେ ରକ୍ତଦାନ କରିଥିବା ସମସ୍ତଙ୍କୁ ଓ ସଂଗଠନର କର୍ମକର୍ତ୍ତାଙ୍କୁ ଉତ୍ସାହିତ କରିଥିଲେ, ଏହି ଶିବିରରେ ସର୍ବମୋଟ ୨୯୫ ଟି ରକ୍ତ ସଂଗୃହିତ ହୋଇଥିଲା ।

ବହୁ ଉତ୍ସାହ ସହ ସଙ୍ଘର ସଦସ୍ୟ ମାନେ ରକ୍ତଦାନ କରିଥିଲେ । ଏହି ରକ୍ତଦାନ ଶିବିର ସଂଗଠନର ପ୍ରତିଷ୍ଠାତା ସ୍ବର୍ଗତ ଅଟଳ ବିହାରୀ ପଟ୍ଟନାୟକ ଯିଏକି ଔଷଧ ସଂଗଠନର ମୁଖ୍ୟ ପ୍ରତିଷ୍ଠାତା ଥିଲେ, ଏହା ତାଙ୍କ ୩୦ତମ ଶ୍ରାଦ୍ଧବାର୍ଷିକୀରେ ଅନୁଷ୍ଠିତ ହୋଇଥିଲା । ବିଗତ ୨୪ ବର୍ଷ ହେଲା ସ୍ବର୍ଗତ ପଟ୍ଟନାୟକଙ୍କ ଶ୍ରାଦ୍ଧବାର୍ଷିକୀରେ ଏହିପରି ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଆସୁଅଛି । ଏହି ଶିବିରକୁ ଭୁବନେଶ୍ୱରର ସମ୍ପାଦକ ଶ୍ରୀ ଜୟ ନାରାୟଣ ପରିଡା, ସଭାପତି ଖୋର୍ଦ୍ଧା ଜିଲ୍ଲା ପ୍ରଗତି ରଞ୍ଜନ ମହାନ୍ତି, ସମ୍ପାଦକ ପ୍ରଶାନ୍ତ ଜେନା, ଉପସଭାପତି ପ୍ରଶାନ୍ତ କୁମାର ପଣ୍ଡା, ସାଙ୍ଗଠନିକ ସମ୍ପାଦକ, କୋଷାଧ୍ୟକ୍ୟ ପ୍ରଭାଂଶୁ ଦାସ, ଲୋକସମ୍ପର୍କ ଅଧିକାରୀ ମଧୁରାମ ପ୍ରମୁଖ ପରିଚାଳନା କରିଥିଲେ । ଏଥିରେ ରାଜ୍ୟ ଓ ଅନେକ ଜିଲ୍ଲାର କର୍ମକର୍ତ୍ତା ପ୍ରମୁଖ ଯୋଗଦେଇଥିଲେ । ଓଡ଼ିଶା ଡ୍ରଗ୍ସ କଂଟ୍ରୋଲର ଅଧିକାରୀ ଯୋଗ ଦେଇଥିଲେ । ଏଥିରେ ସମାଜ ସେବା ପାଇଁ ନିଜ ଅବଦାନ ନେଇ ଶ୍ରୀ ଧୀରେନ୍ଦ୍ର ଠାକୁର, ଭରତ ଚନ୍ଦ୍ର ସାହୁ ଓ ଲଲାଟ ପୃଷ୍ଟିଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା ।

Leave a comment