ଗୋପବନ୍ଧୁ ଆୟୁର୍ବେଦିକ ମହାବିଦ୍ୟାଳୟରେ ରକ୍ତଦାନ ଶିବିର ଅନୁଷ୍ଠିତ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଆଜି ପୁରୀ ଗୋପବନ୍ଧୁ ଆୟୁର୍ବେଦିକ ମହାବିଦ୍ୟାଳୟ ଠାରେ ଓଡିଶା ମୋ ପରିବାର ଆନୁକୂଲ୍ୟରେ ଜୀବନ ବିନ୍ଦୁ ସ୍ବେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଅଛି । ଏହି କାର୍ଯ୍ୟକ୍ରମ ରେ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମା , ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ ଯୋଗଦେଇଛନ୍ତି । ଶ୍ରୀ ଦାସବର୍ମା କହିଛନ୍ତି କରୋନା ମହାମାରୀର ଏହି କଠିନ ପରିସ୍ଥିତିରେ ସ୍ବେଚ୍ଛାକୃତ ଭାବରେ ରକ୍ତଦାନ କରିଥିବା ସମସ୍ତ ରକ୍ତଦାତାଙ୍କୁ ଆନ୍ତରିକ ସାଧୁବାଦ କେହି ଜଣେ ବି ବ୍ୟକ୍ତି ରକ୍ତ ଅଭାବରୁ ସ୍ବାସ୍ଥ୍ୟ ଗତ ସମସ୍ୟା ରେ ସମୁଖୀନ ନ ହୁଅନ୍ତି , ଏହାକୁ ନିଶ୍ଚିତ କରିବା ଆଜି କଠିନ ସମୟରେ ଆମର କତ୍ତବ୍ୟ ଓ ଦାୟିତ୍ବ । ରକ୍ତଦାନ କ୍ଷେତ୍ରରେ ଜିବନ ବିନ୍ଦୁ କାର୍ଯ୍ୟକ୍ରମ ଲୋକଙ୍କ ଆଶା ଓ ଭରସା ସାଜିଛି । ଏହି କାର୍ଯ୍ୟକ୍ରମ ରେ ରାଜ୍ୟ ବିଜୁ ଛାତ୍ର ଜନତା ଦଳର ସଭାପତି ରାଣା ପ୍ରତାପ ପାତ୍ର, ପୂର୍ବତନ ଭୁବନେଶ୍ୱର ବିଜୁ ଜନତା ଦଳର ସଭାପତି ଅମରେଶ ଜେନା, ଜିଲ୍ଲା ଜୀବନ ବିନ୍ଦୁ ସଂଯୋଜକ ତଥା ଓଡ଼ିଶା-ମୋ ପରିବାର ପୁରୀ ଜିଲ୍ଲା ସଂଯୋଜକ ସୁଭାସିସ ଖୁଣ୍ଟିଆ ଓ ବିଜୁ ଜନତା ଦଳର ସଦସ୍ୟମାନେ ଉପସ୍ଥିତ ଥିଲେ ।।

Leave a comment

You cannot copy content of this page