କଳା ସୂତା ବାନ୍ଧିବାର ଫାଇଦା ! ଜାଣିଲେ ଆଶ୍ଚର୍ଯ୍ୟ ହେବେ

0

ବନ୍ଧୁଗଣ, ଆମ୍ଭ ହିନ୍ଦୁ ଧର୍ମ ଅନୁଯାୟୀ ସନ୍ତାନ ଘରେ ଜନ୍ମ ନେଲା ପରେ ଘରେ ବଡ ମାନେ ତାଙ୍କୁ କଳା ଟୀକା, କଳା ସୂତା ତଥା ନଜର ନ ଲାଗିବା ନିମନ୍ତେ ଏଭଳି କିଛି କାର୍ଯ୍ୟ ଅବଶ୍ୟ କରିଥାନ୍ତି । ମାତ୍ର ଆପଣ କେବେ ଜାଣିବାକୁ ଚେଷ୍ଟା କରିଛନ୍ତି କି ଏହା ପଛର ରହସ୍ୟ କଣ ଅଟେ ? ଆମ୍ଭେ ସମୟ ସହିତ ଆଗକୁ ବଢିଚାଲିଅଛୁ ମାତ୍ର ପୁରୁଣା ରୀତିନୀତି କାର୍ଯ୍ୟ ଧର୍ମ ଆଦି ଭୁଲିଯାଉଅଛୁ ।

ଏହା ଫଳରେ ଏହାର ପ୍ରଭାବ ଆମ୍ଭର ସଙ୍କୃତି ଉପରେ ଦେଖିବାକୁ ମିଳୁଅଛି । ମାତ୍ର ଆଜି ଆମ୍ଭେ ଯେଉଁ ସମାଜରେ ରହୁଅଛୁ ସେଥିରେ ଛଳନା, କପଟ, ଲାଳସା, କ୍ରୋଧ, ଏବଂ ହିଂସା ଯେପରି ଭାବନା ଲୋକଙ୍କ ଭିତରେ ଅଧିକ ପ୍ରଚଳିତ ଅଟେ । ଏହିଭଳି ଆମ୍ଭ ଗୁରୁଜନ ମାନଙ୍କ ଦ୍ଵାରା ସୁଚା ଯାଇଥିବା କିଛି କଥା ହିଁ ଆମ୍ଭ କାମରେ ଆସେ । ଆସନ୍ତୁ ଜାଣିବା ଯେ କଳା ଫିତା ପିନ୍ଧିବାର ଫାଇଦା କଣ ହୋଇଥାଏ ? ୧;- କଳା ରଙ୍ଗ ନକରାତ୍ମକ ଊର୍ଜା କୁ କମ କରିଥାଏ । କଳା ନଜର ରୁ ବଞ୍ଚିବା ପାଇଁ କଳା ଫିତା, କଳା କପଡା, ଏବଂ କଳା ଟୀକା ର ପ୍ରୟୋଗ କରାଯାଇଥାଏ । ଏଥି ମଧ୍ୟରୁ କଳାସୂତା ଅଧିକ ଲାଭ ଦାୟକ ହୋଇଥାଏ ।

୨;- ଯଦି ଆପଣଙ୍କ ଘରେ ଝଗଡା ଲାଗୁଅଛି ତେବେ ଆପଣ ଶନିବାର ଦିନ ଶନି ମନ୍ଦିରକୁ ଯାଇ ୧ ମିଟର କଳା ଫିତା ରେ ୧୦୮ ଗଣ୍ଠି ପକାଇ ଦିଅନ୍ତୁ । ପ୍ରତ୍ୟକ ଗଣ୍ଠି ବାନ୍ଧିଲା ବେଳେ ଓମ ସନିଶ୍ଚରୟ ନମଃ କୁହନ୍ତୁ । ଆପଣ ଘରେ ମଧ୍ୟ ଏହି ଉପାୟ କୁ କରି ପାରିବେ । ଏହାପରେ ସେହି ସୂତା କୁ ଆପଣଙ୍କ ଘରର ମୁଖ୍ୟ ଦ୍ଵାରରେ ବାନ୍ଧି ଦିଅନ୍ତୁ । ଏଭଳି କରିଲେ ଆପଣଙ୍କ ଘରକୁ ଖରାପ ନଜର ଏବଂ ନକାରତ୍ମକ ଊର୍ଜା ପ୍ରବେଶ କରି ପାରିବ ନାହିଁ ।

୩;- ଯଦି ଆପଣଙ୍କ ଘରର ସଦସ୍ୟ ଙ୍କ ସ୍ୱାସ୍ଥ୍ୟ ସବୁବେଳେ ଖରାପ ରହୁଥାଏ ଏବଂ ତାଙ୍କୁ ବାରମ୍ବାର କୌଣସି ନା କୌଣସି ସମସ୍ୟା ର ସମାଧାନ କରିବାକୁ ପଡୁଥାଏ, ତେବେ ଏଥିପାଇଁ କଳା ସୂତା କୁ ମନ୍ଦିରକୁ ନେଇ ଟିକେ ସିନ୍ଦୁର ଲଗାଇ ରଖି ଦିଅନ୍ତୁ । ଏହାପରେ ଏହା ପରଦିନ ସ୍ଵଛ ହୋଇ ଘରର ସଦସ୍ୟ ଙ୍କ ପାଦରେ ବାନ୍ଧି ଦିଅନ୍ତୁ । ଏହାଦ୍ଵାରା ତାଙ୍କର ଆଖପାଖ ରୁ ନକାରାତ୍ମକ ଊର୍ଜା ଦୂରେଇ ରହିବ । କାହାର ଖରାପ ନଜର ଛୁଇଁ ପାରିବ ନାହିଁ ।

୪;- ଗର୍ଭବତୀ ମହିଳା ମାନଙ୍କୁ ସାଧାରଣତ ନଜର ଲାଗିଯାଇଥାଏ । ଆପଣ ମହିଳା ଙ୍କ ଚାରିପଟେ କଳାସୂତା କୁ ବୁଲାଇ ଆଣି ସେହି ସୂତା କୁ ବରଗଛ ଅଥବା ନଦୀ ରେ ବିସର୍ଜନ କରି ଦିଅନ୍ତୁ । ଏହି ଉପାୟ ପିଲା ଜନ୍ମ ହେବା ପର୍ଯ୍ୟନ୍ତ କରନ୍ତୁ । ଏହା ଫଳରେ ଗର୍ଭବତୀ ମହିଳାଙ୍କ ଆଖପାଖରେ ନକାରତ୍ମକ ଶକ୍ତି ଆସିପାରିବ ନାହିଁ ।

Leave a comment