କେଉଁ ସ୍ଥାନରେ କଳାଜାଇ ଥିଲେ ହେବେ ଧନୀ,ଜାଣନ୍ତୁ

0

ପ୍ରତିଟି ବ୍ୟକ୍ତିଙ୍କ ଶରୀରର କିଛି ଅଂଶରେ କଳଜାଇ ଥାଏ । ଶରୀରରେ କଳାଜାଇ ବା ନାଲିଜାଇ ରହିବା ସାଧାରଣତଃ ଭାବେ ଅତି ସାଧାରଣ ବୋଲି ବିବେଚନା କରାଯାଏ । କିନ୍ତୁ ସାମୁଦ୍ରିକ ଶାସ୍ତ୍ର ଅନୁଯାୟୀ, ଏକ ନିର୍ଦ୍ଦିଷ୍ଟ ଅଂଶରେ କଳାଜାଇ ରହିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ସମୁଦ୍ରଶାସ୍ତ୍ର ଅନୁଯାୟୀ, କଳାଜାଇ ଶରୀରର କେଉଁ ଭାଗରେ ରହିଲେ ଆପଣ ଧନବାନ ଭାବେ ବିବେଚିତ ହୋଇପାରିବେ।

ହାତ ମଝିରେ କଳାଜାଇ
ସାମୁଦ୍ରିକ ଶାସ୍ତ୍ର ଅନୁଯାୟୀ, ଶରୀରରେ ଥିବା ହାତରେ କଳାଜାଇ ରହିବା ଅତ୍ୟନ୍ତ ଶୁଭ ଅଟେ । ଯେଉଁମାନଙ୍କ ହାତ ପାପୁଲି ମଝିରେ କଳାଜାଇ ଥାଏ ସେମାନେ ଭବିଷ୍ୟତ ରେ ଧନୀ ହୋଇଥାଆନ୍ତି । ଏହିପରି ଲୋକମାନେ ବହୁତ ଚାଲାକ ମଧ୍ୟ ହୋଇଥାନ୍ତି।

ପେଟରେ କଳାଜାଇ
ସମୁଦ୍ର ଶାସ୍ତ୍ର ଅନୁସାରେ, ପେଟର ନାଭି ପାଖାପାଖି କଳାଜାଇ ରହିଲେ ଶୁଭ ହୋଇଥାଏ । ଏମିତି ଲୋକଙ୍କ ଜୀବନରେ କେବେବି ଧନ ହାନି ବା ଅର୍ଥନୈତିକ ସଙ୍କଟ ଦେଖାଦିଏ ନାହିଁ । ଯଦି ପେଟର ଅନ୍ୟ କେଉଁଠି ବି କଳାଜାଇ ରହୁଛି ତେବେ ସେମାନେ ମୋଟାପାର ଶୀକାର ହୋଇଥାନ୍ତି ।

ପିଠିରେ କଳାଜାଇ
ପିଠିରେ କଳାଜାଇ ରହିବା ଶୁଭ ବୋଲି ବିବେଚା କରାଯାଏ । ଯେଉଁମାନଙ୍କ ପିଠିରେ କଳାଜାଇ ଥାଏ ସେମାନେ କେବେ ବି ଆର୍ଥିକ ସଙ୍କଟ ଦେଇ ଗତି କରନ୍ତି ନାହିଁ । ତା ସହ ଏହିପରି ଲୋକମାନେ ସାରାଜୀବନ ବିଳାସପୂର୍ଣ୍ଣ ଜୀବନଯାପନ କରିଥାନ୍ତି।

ପାଦ ଅଙ୍ଗୁଳିରେ କଳାଜାଇ
ପାଦର ଅଙ୍ଗୁଳିରେ କଳାଜାଇ ରହିବା ଅତ୍ୟନ୍ତ ଶୁଭ ବୋଲି କୁହାଯାଏ। ଏହିପରି ବ୍ୟକ୍ତିତ୍ୱ ସମାଜରେ ସୁପ୍ରତିଷ୍ଠିତ ଭାବେ ଜୀବନ ଯାପନ କରନ୍ତି । ତାସହ ଏହିପରି ବ୍ୟକ୍ତିଙ୍କ ପାଖରେ ଟଙ୍କା ପଇସାର ଅଭାବ ଦେଖାଯାଏ ନାହିଁ।

ତର୍ଜନୀ ବା ଅନାମିକା ଅଙ୍ଗୁଳିରେ କଳାଜାଇ
ତର୍ଜନୀ ବା ହାତର ଦ୍ୱିତୀୟ ଅଙ୍ଗୁଳିରେ କଳାଜାଇ ରହିବା ଶୁଭ ଅଟେ। ଯେଉଁ ବ୍ୟକ୍ତିଙ୍କ ତର୍ଜନୀ ଅଙ୍ଗୁଳିରେ କଳାଜାଇ ରହିଥାଏ ସେମାନେ କେବେ ଆର୍ଥିକ ସଙ୍କଟ ଦେଇ ଗତି କରନ୍ତି ନାହିଁ । କିନ୍ତୁ ଏପରି ଲୋକମାନଙ୍କୁ ତାଙ୍କ ଶତ୍ରୁ ମାନେ ବହୁତ ହଇରାଣ ହରକତ କରିଥାନ୍ତି । ସେହିପରି ଯେଉଁମାନଙ୍କର ଅନାମିକା ଅଙ୍ଗୁଳିରେ କଳାଜାଇ ରହିଥାଏ ସେମାନଙ୍କ କ୍ଷେତ୍ରରେ ଧନ ଓ ଯଶର ଅଭାବ ଦେଖାଦିଏ ନାହିଁ।

ବାହୁରେ କଳାଜାଇ
ବାହୁ ମଝିରେ କଳାଜାଇ ରହିବା ଶୁଭ ବୋଲି ବିବେଚନା କରାଯାଏ । ଏହିପରି ଲୋକଙ୍କ ବୈବାହିକ ଜୀବନ ସୁଖରେ କଟିଥାଏ ତା ସହ ଜୀବନରେ ଆର୍ଥିକ ସଙ୍କଟର ସେମାନେ ସାମ୍ନା କରିନଥାନ୍ତି ।

Leave a comment