କଳାକାଚ ହଟାଇବା ଅଭିଯାନ: ୨୫୫୦୦ ଟଙ୍କା ଜୋରିମାନା ଆଦାୟ
ଭୁବନେଶ୍ୱର: କଳାକାଚ ଲଗାଇ ଅନେକ ସମୟରେ ଅପରାଧ ଘଟାଉଛନ୍ତି ଅପରାଧ । ଏହି କାରଣ ପାଇଁ ଭୁବନେଶ୍ବର ଟ୍ରାଫିକ ପୋଲିସ ପକ୍ଷରୁ କଳାକାଚ ହଟାଇବା ଅଭିଯାନ ଆରମ୍ଭ ହୋଇଛି । ଦୁଇଦିନରେ ୫୧ଟି ଗାଡିରୁ ଜୋରିମାନା ଆଦାୟ କରାଯାଇଛି ।
ଆଗକୁ କଳାକାଚ ଲଗାଇଥିବା ଗାଡ଼ିରେ ଚଢାଉ ଜୋରଦାର ହେବ ବୋଲି ଟ୍ରାଫିକ ଏସିପି ସ୍ବସ୍ତିକ ପଣ୍ଡା ସୂଚନା ଦେଇଛନ୍ତି । ଜୋରିମାନା ଆଦାୟ ସହ ଗାଡି ଜବତ କରିପାରେ ପୋଲିସ। କଳାକାଚ ପାଇଁ ଟ୍ରାଫିକ ପୋଲିସର ସଙ୍କେତ ଜାଣିପାରୁନାହାଁନ୍ତି ଡ୍ରାଇଭର । ସୁପ୍ରିମକୋର୍ଟଙ୍କ ଗାଇଡଲାଇନ୍ ଅନୁସାରେ କରାଯାଉଛି ଚଢାଉ । ଦୁଇ ଦିନରେ ୨୫୫୦୦ ଟଙ୍କା ଜୋରିମାନା ଆଦାୟ କରାଯାଇଛି ।