ବ୍ଲାକ୍ ଫଙ୍ଗସ୍ ପାଇଁ ବଜାରକୁ ଆସିଲା ଔଷଧ

ଓଡ଼ିଶା ଫାଷ୍ଟ(ବ୍ୟୁରୋ):କରୋନା ଠାରୁ ଠିକ୍ ହୋଇଯାଉଥିବା ରୋଗୀ ବ୍ଲାକ ଫଙ୍ଗସ୍ ଜାଲରେ ବିଶେଷ ମାତ୍ରାରେ ପଡୁଛନ୍ତି । ସେଥିପାଇଁ ଅନେକ ରାଜ୍ୟ ବ୍ଲାକ ଫଙ୍ଗସ୍କୁ ମହାମାରୀ ବୋଲି ଘୋଷଣା କରିସାରିଲେଣି । ଦେଶସାରା କରୋନା ଭାଇରସ୍ର ଦ୍ୱିତୀୟ ଲହର । ଲୋକେ ଜୀବନ ବଂଚାଇବା ପାଇଁ ଅନବରତ ଚଲାଇଛନ୍ତି ଚେଷ୍ଟା । ହେଲେ ବର୍ତମାନ ପୁଣି ନୂଆ ରୋଗ ଲୋକଙ୍କର ଚିନ୍ତା ବଢାଇଛି ।ଏହା କାହିଁକି ଲୋକଙ୍କୁ ହେଉଛି ଏସବୁ ବିଷୟରେ ବର୍ତମାନ ବଡ ବଡ ଡାକ୍ତର ସୂଚନା ମଧ୍ୟ ଦେଉଛନ୍ତି । ରୋଗର ଚିନ୍ତା ସହ ଲୋକଙ୍କୁ ନିରାକରଣ ପାଇଁ ଉପାୟ ବି ଚିନ୍ତାକରିବାକୁ ପଡେ । ଆଉ ରୋଗର ଚିକିତ୍ସା ଔଷଧରୁ ହିଁ ହେବ । ତେବେ ଏହାରି ଭିତରେ ଗୋଟିଏ କଂମ୍ପାନୀ ଏହି ରୋଗର ଔଷଧ ତିଆରି କରିବାରେ ସଫଳ ହୋଇଛନ୍ତି । ବର୍ତମାନ ଫାର୍ମା କଂମ୍ପାନୀ ଏମଏସଏନ ଲେବରୋଟୋରୀଜ୍ ବ୍ଲାକ୍ ଫଙ୍ଗସ୍ ରୋଗୀଙ୍କ ଚିକିତ୍ସା ପାଇଁ ପାସାକୋନାଜୋଲ ଔଷଧ ତିଆରି କରିଛନ୍ତି । ଆଉ ଏହି ଔଷଧ ବଜାରରେ ଉପଲବ୍ଧ । ଏହି କଂମ୍ପାନୀର କହିବା ଅନୁସାରେ ୧୦୦ ଏମ୍ ଜି ଥିବା ପାସାକୋନାଜୋଲ ଟ୍ୟାବଲେଟ୍ ଓ ୩୦୦ ଏମ୍ ଜି କ୍ଷମତା ଥିବା ପାସାକୋନାଜୋଲ ଇଂଜେକସନ୍ ତିଆରି କରାଯାଇଛି । ଯାହା ବ୍ଲାକ ଫଙ୍ଗସ୍ ରୋଗୀଙ୍କ ଉପରେ କାର୍ଯ୍ୟକାରୀ ହୋଇପାରିବ । ଏହି ଔଷଧକୁ ଡ୍ରଗ କଣ୍ଟ୍ରୋଲର ଜେନେରାଲ ଅଫ୍ ଇଣ୍ଡିଆର ବି ମଂଜୁରୀ ମିଳିଯାଇଛି । ବ୍ଲାକ ଫଙ୍ଗସ୍ର ଔଷଧ ବଜାରରେ ପ୍ରତି ଟ୍ୟାବଲେଟ୍ ୬୦୦ ଟଙ୍କା ଉପଲବ୍ଧ ହେଉଥିବା ବେଳେ,ପ୍ରତି ଇଂଜେକସନ୍ ର ଦାମ୍ ୮୫୦୦ ଟଙ୍କା ରଖାଯାଇଛି ।