ବିଜେପିରେ ମିଶିବେ ମୁଲାୟମ ସିଂ ଯାଦବଙ୍କ ସାନ ବୋହୂ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମୁଲାୟମ ସିଂ ଯାଦବଙ୍କ ସାନ ବୋହୂ ବିଜେପିରେ ସାମିଲ ହେବେ ବୋଲି ଚର୍ଚ୍ଚା ଜୋର୍ ଧରିଛି । ସାନ ବୋହୂ ଅପର୍ଣ୍ଣା ଯାଦବ ବିଜେପି ସହ ଆଲୋଚନା କରିଛନ୍ତି । ଅତିଶୀଘ୍ର ସେ ବିଜେପିରେ ମିଶିବେ ବୋଲି କୁହାଯାଉଛି ।

୨୦୧୭ରେ ଅପର୍ଣ୍ଣା କେଣ୍ଟରୁ ନିର୍ବାଚନ ଲଢି ଦ୍ୱିତୀୟ ସ୍ଥାନରେ ରହିଥିଲେ । ସେ ବିଜେପି ପ୍ରାର୍ଥୀ ରୀତା ବହୁଗୁଣା ଯୋଶୀଙ୍କଠାରୁ ପରାସ୍ତ ହୋଇଥିଲେ । ଅପର୍ଣ୍ଣାଙ୍କୁ ପ୍ରାୟ ୬୩୦୦୦ ଭୋଟ୍ ମିଳିଥିଲା ।

ରବିବାର କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁରଙ୍କ ଉପସ୍ଥିତିରେ ଅନେକ ବରିଷ୍ଠ ନେତା ରବିବାର ବିଜେପିରେ ସାମିଲ ହୋଇପାରନ୍ତି । ଏହି ସମୟରେ ଅପର୍ଣ୍ଣା ବି ପଦ୍ମ ଧରିବେ ବୋଲି ଆଲୋଚନା ହେଉଛି ।

ମୁଲାୟମଙ୍କ ସାନ ବୋହୂ ଅପର୍ଣ୍ଣା ସଦାବେଳେ ୟୁପିରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରଶଂସା କରି ଆସୁଛନ୍ତି । ସେ ରାମ ମନ୍ଦିର ପାଇଁ ୧୧ ଲକ୍ଷ ୧୧ ଟଙ୍କା ଦାନ କରିଥିଲେ । ଏହାସହ ସେ ଆରଏସଏସ ନେତାଙ୍କ ସହ ଫଟୋ ଉଠାଇ ମଧ୍ୟ ଚର୍ଚ୍ଚାରେ ରହିଥିଲେ ।

Leave a comment