ଚାରା ଘୋଟାଲାକୁ ନେଇ ରାଜରାସ୍ତାକୁ ଓହ୍ଲାଇବ ବିଜେପି
ଭୁବନେଶ୍ୱରରେ ଚାରା ଘୋଟାଲାକୁ ନେଇ ଆନ୍ଦୋଳନ କରିବ ବିଜେପି । ଆସନ୍ତା କାଲିଠାରୁ ଭୁବନେଶ୍ୱରରେ ଆନ୍ଦୋଳନ କରିବ ବିଜେପି । ସାରା ରାଜ୍ୟରେ ଚାରା ଘୋଟାଲାର ସିବିଆଇ ତଦନ୍ତ ଦାବିରେ ଆନ୍ଦୋଳନ ନେଇ ସୂଚନା ରହିଛି । ପ୍ରାୟ ୧୫ ହଜାର କୋଟି ଟଙ୍କାର ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି । ରାଜଧାନୀ ସହ ସାରା ରାଜ୍ୟରେ ଚାରା ଘୋଟଲାର ସିବିଆଇ ତଦନ୍ତ ଦାବି କରି ଆନ୍ଦୋଳନ ହେବ ବୋଲି ବିଜେପି ନେତା ବାବୁ ସିଂ ପ୍ରେସ୍ମିଟ୍ ଜରିଆରେ ସୂଚନା ଦେଇଛନ୍ତି ।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ରାଜ୍ୟରେ ପ୍ରାୟ ୧୫ ହଜାର ଟଙ୍କାର ଚାରା ଦୁର୍ନିତି ହୋଇଛି । ରାଜଧାନୀରେ ହକି ଖେଳ ଆଢ଼ୁଆଳରେ ଚାପି ଦେଲେ ଚାରା ଟଙ୍କା। ବିଭିନ୍ନ ଓଭରବ୍ରିଜ୍ ତଳେ ୭ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରିଛନ୍ତି। କାହିଁକି ଆନ୍ଧ୍ର ଆଉ ତେଲେଙ୍ଗାନାରୁ ଗଛ ଆସିଛି। ଗୋଟାଏ ଗଛ ପିଛା ୧୨ ହଜାର ଦେଇଛନ୍ତି। ସାଧାରଣ ଲୋକଙ୍କ ପଇସାକୁ ହରି ଲୁଟ୍ କରିଛନ୍ତି। ଏହାର ଉତ୍ତର ସରକାର ଦେବା ଦରକାର। ଏହି ଦୁର୍ନୀତିର ନେତୃତ୍ୱ ନେଉଛନ୍ତି ଅଣ ଓଡ଼ିଆ ଅଫିସର। ଓଡ଼ିଶା ଶାସନ ବ୍ୟବସ୍ଥାରେ ରହି ଓଡ଼ିଶା ବାସୀଙ୍କୁ ପ୍ରତାରଣା କରିବା ସହ ବିଶାସଘାତ କହିଛନ୍ତି। ସିବିଆଇ ତଦନ୍ତ ହେଲେ ଏହି ଅଧିକାରୀ ମାନେ ଜେଲ ଯିବେ।