କ୍ଷମତାକୁ ଆସିଲେ ଏକ ଟଙ୍କାରେ ୫ କେଜି ଚାଉଳ, ୫ ଶହ ଗ୍ରାମ ଡାଲି ଓ ଲୁଣ’ ଦେବ ବିଜେପି

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କିଛିଦିନ ପୂର୍ବରୁ ବିଜେପି ନିଜର ନିର୍ବାଚନୀ ଇସ୍ତାହାର ଜାରି କରିଥିଲେ ମଧ୍ୟ ଗତକାଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟବାସୀ ଙ୍କ ପାଇଁ ଏକ ବଡ ପ୍ରତିଶୃତି ଦେଇଛି । ଯଦି ରାଜ୍ୟରେ ବିଜେପି କ୍ଷମତାକୁ ଆସେ ତେବେ ଏକ ଟଙ୍କାରେ ୫କିଲୋ ଚାଉଳ, ୫୦୦ଗ୍ରାମ ଡାଲି ଓ ୫୦୦ଗ୍ରାମ ଲୁଣ ହିତାଦିକାରୀଙ୍କୁ ପ୍ରଦାନ କରାଯିବ ।କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଚୌଦ୍ୱାରଠାରେ ଏହି ଘୋଷଣା କରିଛନ୍ତି।

ସୂଚନା ଅନୁଯାୟୀ, ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ସମସ୍ତ ଦଳ ପ୍ରଚାର କାର୍ଯ୍ୟ ଜୋରସୋରରେ ଚାଲିଛି । ଗତକାଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଚୌଦ୍ୱାରରେ ଆୟୋଜିତ ବିଜେପିର ବିଶାଳ ସଂକଳ୍ପ ସମାବେଶରେ ଉଦବୋଧନ ଦେଇ କହିଛନ୍ତି, ବିଜେପି ଓଡ଼ିଶାରେ କ୍ଷମତାକୁ ଆସିଲେ ଲୋକଙ୍କୁ ୧ଟଙ୍କାରେ ଚାଉଳ, ଡାଲି ଓ ଲୁଣ ଲୋକଙ୍କୁ ଯୋଗାଇ ଦିଆଯିବ । ଏହାସହ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି ଧର୍ମେନ୍ଦ୍ର କହିଥିଲେ, ବିଜେଡି ସରକାର କିଲୋପିଛା ଏକ ଟଙ୍କାରେ ଚାଉଳ ଦେଇ ବାହାବା ନେଉଛି । କିନ୍ତୁ ଏହି ଟଙ୍କିକିଆ ଚାଉଳରେ କେନ୍ଦ୍ର ସରକାର ୨୯ଟଙ୍କା ଦେଉଥିବାବେଳେ ରାଜ୍ୟ ସରକାର ମାତ୍ର ଟଙ୍କାଟିଏ ଦେଇ ଏହାକୁ ନିଜ ନାଁରେ ହାଇଜାକ୍ କରିନେବା ସହ ଆସ୍କାରେ ମୁଖ୍ୟମନ୍ତ୍ରୀ ବିଜେପି ବିରୋଧରେ ଅପପ୍ରଚାର ଚଳାଇଛନ୍ତି କି ବିଜେପି କ୍ଷମତାକୁ ଆସିଲେ ଟଙ୍କିକିଆ ଚାଉଳ ବନ୍ଦ କରିଦେବେ । ମାତ୍ର ଏହା ସମ୍ପୁର୍ଣ୍ଣ ମିଥ୍ୟା, ବିଜେପି ରାଜ୍ୟରେ ସରକାରକୁ ଆସିଲେ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ମାତ୍ର ୧ଟଙ୍କାରେ ଲୋକଙ୍କୁ ୫ କିଲୋ ଚାଉଳ, ୫ଶହ ଗ୍ରାମ ଡାଲି ଓ ୫ଶହ ଗ୍ରାମ ଲୁଣ ଯୋଗାଇ ଦିଆଯିବ । ଏହାଦ୍ୱାରା ଜାତୀୟ ସୁରକ୍ଷା ଯୋଜନାରେ ଥିବା ମୋଟ ୩କୋଟି ୨୬ଲକ୍ଷ ହିତାଧିକାରୀ ଉପକୃତ ହେବେ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଘୋଷଣା କରିଥିଲେ ।

Leave a comment