ବିଜେପି କହିଥିଲା ତାଙ୍କ ସରକାର ଗେମ ଚେଞ୍ଜର ହେବ, ମାତ୍ର ଏହା ନେମ ଚେଞ୍ଜର ସରକାର ପାଲଟିଗଲା: ନବୀନ ପଟ୍ଟନାୟକ

0

ଆଜି ବିଧାନସଭାରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ବିଜେପି ସରକାରଙ୍କୁ ନିଜର ପ୍ରଥମ ବଜେଟ୍ ଉପସ୍ଥାପନ ନେଇ ଅଭିନନ୍ଦନ ଜଣାଇବା ସହ କଟାକ୍ଷ କରିଛନ୍ତି। ନବୀନ କହିଛନ୍ତି, ବିଜେଡି ସରକାର ଦ୍ଵାରା ଲାଗୁ କରାଯାଇଥିବା ୮୦ ପ୍ରତିଶତରୁ ଅଧିକ ଯୋଜନାକୁ ଆପଣେଇଥିବାରୁ ଶୁଭେଚ୍ଛା।

ନବୀନ କହିଛନ୍ତି, ଧନ୍ୟବାଦ ଯେ ୮୦ ପ୍ରତିଶତରୁ ଅଧିକ ବିଜେଡି ସରକାରର ଯୋଜନା ଆପଣେଇଛନ୍ତି।ବିଜେପି ଲୋକଙ୍କୁ ପରିବର୍ତ୍ତନ ଆଣିବାର ପ୍ରତିଶ୍ରୁତି ଦେଇ ସରକାରକୁ ଆସିଛି। ବଜେଟ୍ ଦସ୍ତାବିଜକୁ ଦେଖିବା ପରେ ମୋତେ ପରିବର୍ତ୍ତନ ଦେଖିବାକୁ ମିଳୁଛି ଯେ, ଏହି ସରକାର ୪୫ ଯୋଜନାର ନାମ ବଦଳାଇ ଦେଇଛନ୍ତି। ବିଜେପି କହିଥିଲା ତାଙ୍କ ସରକାର ଗେମ ଚେଞ୍ଜର ହେବ, ମାତ୍ର ଦୁର୍ଭାଗ୍ୟରେ ଏହା ନେମ ଚେଞ୍ଜର ସରକାର ପାଲଟିଗଲା।

ଏହି ସବୁ ଯୋଜନା ଗୁଡିକର ରୂପରେଖ ବିଜେଡି ପ୍ରସ୍ତୁତ କରିଥିଲା। ବାକି ୨୦% ସରକାର ପ୍ରତିଶ୍ରୁତି ଉପରେ କହୁଛନ୍ତି। ୦.୨୯% ଇସ୍ତାହାର ପ୍ରତିଶ୍ରୁୃତି ଦେଇଛି ସୁଭଦ୍ରା ଯୋଜନା ଜରିଆରେ। ରାଜ୍ୟରେ ୨ କୋଟିରୁ ଅଧିକ ମହିଳା ଅଛନ୍ତି। ଏହା ପୂରଣ କରିବାକୁ ୧ ଲକ୍ଷ କୋଟି ଦରକାର। ହେଲେ ବଜେଟରେ ୧୦ ହଜାର କୋଟି ବ୍ୟୟ ବରାଦ କରାଯାଇଛି। ଯାହା କେବଳ ୧୦ ପ୍ରତିଶତ ମହିଳାଙ୍କୁ ସୁବିଧା ଦେବ। ବାକିଙ୍କ କଣ ହେବ ବୋଲି ନବୀନ ପ୍ରଶ୍ନ କରିଛନ୍ତି।

Leave a comment