ବିଜେପିର ଜନପରାମର୍ଶ ପଦଯାତ୍ରା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଭୁବନେଶ୍ୱର ମଧ୍ୟମ ନିର୍ବାଚନ ମଣ୍ଡଳୀର ବିଜେପି ପ୍ରାର୍ଥୀ ଶ୍ରୀ ଜଗନ୍ନାଥ ପ୍ରଧାନ ସମସ୍ତଙ୍କ ଖୁବ ପ୍ରିୟ । ଜଗନ୍ନାଥଙ୍କ ସବୁଠାରୁ ଭଲ ଗୁଣ ହେଉଛି ଯେକୌଣସି ସମୟରେ ଲୋକଙ୍କ ପାଖରେ ହାଜିର ହେବା । ତେଣୁ ଜଗନ୍ନାଥ ପ୍ରଧାନ ଭୁବନେଶ୍ୱର ମଧ୍ୟମର ଏକ ଲୋକପ୍ରିୟ ନେତା ।

ସୂଚନା ଅନୁଯାୟୀ, ଶ୍ରୀ ଜଗନ୍ନାଥ ପ୍ରଧାନଙ୍କ ନେତୃତ୍ୱରେ ଶାସ୍ତ୍ରୀନଗର ଅଞ୍ଚଳରେ ଜନ ପରାମର୍ଶ ପଦଯାତ୍ରା ଅନୁଷ୍ଠିତ ହୋଇଅଛି । ମଧ୍ୟ ଭୁବନେଶ୍ୱରରେ ବିଜେପି ପ୍ରାର୍ଥୀଭାବେ ଘୋଷଣା ହେବାପରେ ଶ୍ରୀ ପ୍ରଧାନ ପାଦଯାତ୍ରା, ଚାଏ ପେ ଚର୍ଚ୍ଚା ମାଧ୍ୟମରେ ସାଧାରଣ ବର୍ଗ ଲୋକଙ୍କ ପାଖରେ ପହଞ୍ଚି ରାଜ୍ୟ ସରକାର ବଦଳିବା ଦରକାର, ଅଥିପାଇ ସ୍ୱରକୁ ମଜବୁଥ କରିବା ପାଇଁ ନିବେଦନ କରିଛନ୍ତି । ବିଜେି ନେତ୍ରୀ ଶ୍ରୀମତି ଅପରାଜିତା ଷଡଙ୍ଗୀ ଉପସ୍ଥିତିରେ ଏହି ପଦଯାତ୍ରା ଶାସ୍ତ୍ରୀ ନଗରର ଅର୍ଦ୍ଧାନାରୀଶ୍ୱର ମନ୍ଦିର ସମ୍ମୁଖରୁ ଆରମ୍ଭ ହୋଇ ତାରିଣୀ ସାହିଠାରେ ଶେଷ ହୋଇଥିଲା । ମିଶନ ୧୨୦+ ନିଶ୍ଚିତ ସଫଳ ହେବ ଓ ଏହାର ମୂଳ ଦୁଆ ମଧ୍ୟ ଭୁବନେଶ୍ୱରରୁ ପଡ଼ିବ ବୋଲି ଶ୍ରୀ ପ୍ରଧାନ ଉଦବୋଧନ ହୋଇଥିଲେ । ଏହି ପଦଯାତ୍ରାରେ ହଜାର ହଜାର ସଂଖ୍ୟାର କାର୍ଯ୍ୟକର୍ତା ଯୋଗ ଦେଇ ପଦଯାତ୍ରାକୁ ସଫଳ କରିଥିଲେ ।

Leave a comment