ସାଧାରଣ ନିର୍ବାଚନ ପାଇଁ ଆଜିଠୁ ବିଜେପି ବିଧିବଦ୍ଧ ପ୍ରଚାର ଆରମ୍ଭ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଜିଠାରୁ ୨୦୧୯ ନିର୍ବାଚନ ପାଇଁ ବିଧିବଦ୍ଧ ପ୍ରଚାର ଆରମ୍ଭ କରିବ ଭାଜପା । ୮ ଦିନରେ ୫ହଜାରରୁ ଊର୍ଦ୍ଧ୍ବ ସଭା କରି ଭାଜପା ସରକାର ଗଢ଼ିବା ପାଇଁ ପ୍ରଚାର ଆରମ୍ଭ କରିବ ଦଳ । ରାଜ୍ୟର ସବୁ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ଏହି ବିଜୟ ସଂକଳ୍ପ ଯାତ୍ରା କରାଯିବ । ୧୭ ତାରିଖ ପର୍ଯ୍ୟନ୍ତ ଦଳର ଏହି କାର୍ଯ୍ୟକ୍ରମ ଚାଲିବ ସାଧାରଣ ନିର୍ବାଚନ ପାଇଁ ଦଳ ପକ୍ଷରୁ ଆଜିଠାରୁ ପ୍ରଚାର ଆରମ୍ଭ ହେବ ବୋଲି  ଦଳର ରାଜ୍ୟ ସାଧାରଣ ସଂପାଦକ ଭୃଗୁ ବକ୍ସିପାତ୍ର କହିଛନ୍ତି । ନବୀନ ସରକାର ବଦଳିବା ଓ ଦ୍ବିତିୟରେ ଭାଜପାକୁ ଭୋଟ ଦେବା ପ୍ରସଙ୍ଗକୁ ନେଇ ଏହି ସଭା ଅନୁଷ୍ଠିତ ହେବ । ତେବେ ଅନୁଗୋଳ ଜିଲ୍ଲାରେ ଆଜି ଆୟୋଜିତ ଏହି ବିଜୟ ସଂକଳ୍ପ ଯାତ୍ରା କାର୍ଯ୍ୟକ୍ରମରେ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଏଥିସହ ଦଳର କେତେଜଣ ରାଜ୍ୟ ନେତୃବୃନ୍ଦ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗଦେବେ ବୋଲି ଜଣାପଡିଛି ।

Leave a comment