କାନ୍ଧରେ କଳା ଗାମୁଛା ପକାଇ ବିଧାନସଭାରେ ବିଜେପିର ପ୍ରତିବାଦ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଜି ବିଧାନସଭା ପ୍ରଶ୍ନକାଳରେ ବିଜେପି ବିଧାୟକମାନେ କାନ୍ଧରେ କଳା ଗାମୁଛା ପକାଇ କଲେ ପ୍ରତିବାଦ । ଭିଏଲଡବ୍ଲୁ ସ୍ମିତାରାଣୀ ରହସ୍ୟମୟ ମୃତ୍ୟୁର ସିବିଆଇ ତଦନ୍ତ ଦାବିରେ ସେମାନେ ଏଭଳି ପ୍ରତିବାଦ କରିବାସହ ଗୃହ ତ୍ୟାଗ କରିଛନ୍ତି ।

ବାଚସ୍ପତିଙ୍କ ଅନୁରୋଧ ପରେ ମଧ୍ୟ ବିଜେପି ବିଧାୟକ ଗୃହ ତ୍ୟାଗକରୀ ଗାନ୍ଧୀ ମୂର୍ତ୍ତି ତଳେ ଧାରଣାରେ ବସିଛନ୍ତି । ଅପରପକ୍ଷରେ କଂଗ୍ରସ ମୁଲତବି ପ୍ରସ୍ତାବ ଆଣିଛି । ଏହାର ମୁଖ୍ୟ ପ୍ରସଙ୍ଗ ରହିଛି ବିକାଶ ପଥରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ । ଏନେଇ ଗୃହରେ ଆଜି ଉତ୍ତର ରଖିବେ ଯୋଜନା ଓ ସଂଯୋଜନା ମନ୍ତ୍ରୀ ପଦ୍ମନାଭ ବେହେରା ।

ସୂଚନା ଅନୁଯାୟୀ, ଗତକାଲି ମଧ୍ୟ ସ୍ମିତାରାଣୀ ମୃତ୍ୟୁର ସିବିଆଇ ତଦନ୍ତ ଦାବିରେ ବିଜେପି ବିଧାୟକମାନେ ମୁହଁରେ କଳାପାଟି ବାନ୍ଧି ପ୍ରତିବାଦ କରିଥିଲେ ।

Leave a comment