ଓଡ଼ିଶା ଧନୀ, ରାଜ୍ୟର ଶାସନକର୍ତ୍ତା ଧନୀ ମାତ୍ର ଓଡ଼ିଶାର ଲୋକ ଦାଦନ ଖଟିବାକୁ ବାହାରକୁ ଯାଉଛନ୍ତି : ଲେଖାଶ୍ରୀ ସାମନ୍ତସିଂହାର
ଏଡିଆର ରିପୋର୍ଟକୁ ନେଇ ଶାସକ ଦଳ ଉପରେ ବର୍ଷିଲେ ବିଜେପି ସାଧାରଣ ସମ୍ପାଦିକା
ଏଡିଆର ରିପୋର୍ଟ ଅନୁଯାୟୀ ବିଜେଡି ଦ୍ବିତୀୟ ସର୍ବାଧିକ ଧନୀ ଦଳ ପ୍ରସଙ୍ଗରେ ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି ରିପୋର୍ଟରୁ ସ୍ପଷ୍ଟ ଯେ ଓଡ଼ିଶା ଧନୀ, ରାଜ୍ୟର ଶାସନକର୍ତ୍ତା ବିଜେଡି ଧନୀ । କିନ୍ତୁ ଓଡ଼ିଶାର ଲୋକେ ଗରିବ । ଦାଦନ ଖଟିବାକୁ ବାହାରକୁ ଯାଉଛନ୍ତି ।
ସବୁ ପୁରସ୍କାର ବିଜେଡି କଳେ, ବଳେ, କୌଶଳେ ହାସଲ କରିଛି । ରାଜ୍ୟର ଦାଦନ ସମସ୍ୟା ରାଜ୍ୟ ସରକାରଙ୍କ ଅପାରଗତାର ପ୍ରମାଣ ବୋଲି କହି ଶାସକ ଦଳ ଉପରେ ବର୍ଷିଛନ୍ତି ଲେଖାଶ୍ରୀ ସାମନ୍ତସିଂହାର ।
ସବୁଠାରୁ ଅଧିକ ଦାଦନ ଶ୍ରମମନ୍ତ୍ରୀଙ୍କ ଜିଲ୍ଲାର । କ’ଣ ଉତ୍ତର ଦେବେ ମନ୍ତ୍ରୀ ? ୨ ମାସ ଭିତରେ ୧୦ ଜଣ ଦାଦନ ଶ୍ରମିକଙ୍କ ରାଜ୍ୟ ବାହାରେ ମୃତ୍ୟୁ ଘଟିଛି । ଅନ୍ୟ ରାଜ୍ୟକୁ ଯାଇଥିବା ଦାଦନଙ୍କ ତଥ୍ୟ ରାଜ୍ୟ ସରକାରଙ୍କ ପାଖରେ ନାହିଁ । ବାରମ୍ବାର ଦାବି ସତ୍ତ୍ବେ ଦାଦନଙ୍କ କାର୍ଯ୍ୟଦକ୍ଷତା ଆକଳନ କରାଗଲା ନାହିଁ । ଯେଉଁମାନଙ୍କ ପରିଶ୍ରମରେ ସୁରଟ ଧନୀ, ତାଙ୍କ ଶ୍ରମ ରାଜ୍ୟରେ କାହିଁକି ନୁହେଁ ବୋଲି ସେ ପ୍ରଶ୍ନ କରିଛନ୍ତି । କାହିଁକି ଦାଦନଙ୍କ ରେଜିଷ୍ଟ୍ରେସନ କରାଯାଉନି ମୁଖ୍ୟମନ୍ତ୍ରୀ ଏହାର ଉତ୍ତର ଦିଅନ୍ତୁ ବୋଲି ସେ କହିଛନ୍ତି ।