ପରୋକ୍ଷରେ ଧମକ ଦେଇ ଓଡ଼ିଆ ଯୁବକଙ୍କ ଆନ୍ଦୋଳନାତ୍ମକ ମନୋବୃତିକୁ ବିଜେଡି ଚାପି ପାରିବ ନାହିଁ: ସୂରଜ ସୂର୍ଯ୍ୟବଂଶୀ
ଲୋୟର ପିଏନଜି ହିଂସାକୁ ନେଇ ବିଜେଡିକୁ ଟାର୍ଗେଟ କଲେ ସୂରଜ ସୂର୍ଯ୍ୟବଂଶୀ

ଯେତେବେଳେ ଶାସକ ଦଳ ବିଜେଡି କୌଣସି ପ୍ରସଙ୍ଗରେ ଅଡୁଆରେ ପଡି ଉତର ରଖୁଥିବାର ଆବଶ୍ୟକତା ରଖୁଛି ସେହି ସମୟରେ ସେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କଥା ଉଠାଉଛନ୍ତି । ବିଜେପି କାର୍ଯ୍ୟକର୍ତାଙ୍କ ଉପରେ ହୋଇଥିବା ଆକ୍ରମଣ ଉପରେ ଗୃହ ବିଭାଗ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀଙ୍କ ସ୍ପଷ୍ଟୀକରଣ ନ ମାଗି କେନ୍ଦ୍ରମନ୍ତ୍ରୀଙ୍କୁ ବିଜେଡି ମୁଖପାତ୍ର ସ୍ପଷ୍ଟୀକରଣ ମାଗିବା ରାଜନୈତିକ ଅପରିପକ୍ୱତାର ପ୍ରମାଣ ବୋଲି କହିଛନ୍ତି ବିଧାୟକ ସୂରଜ ସୂର୍ଯ୍ୟବଂଶୀ ।
ଗୃହ ବିଭାଗ ଅଧୀନରେ ଘଟିଥିବା ଏହି ଘଟଣାରେ ଗୃହ ବିଭାଗର ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ପଦୁଟିଏ କହିନାହାନ୍ତି । କିନ୍ତୁ ସେମାନେ କେନ୍ଦ୍ରମନ୍ତ୍ରୀଙ୍କ ଠୁ ସ୍ପଷ୍ଟୀକରଣ ଚାହୁଁଛନ୍ତି । ଯେତେବେଳେ ଶାସକ ଦଳ ଅକଳରେ କିମ୍ବା ଆଡୁ ରେ ପଡୁଛି ତାକୁ ଉତର ରଖିବାର ଆବଶ୍ୟକତା ରହୁଛି ସେତେବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କଥା ଉଠାଉଛନ୍ତି । ଓଡିଶା ପାଇଁ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ଅବଦାନ କଣ ସାରା ଓଡିଶାବାସୀ ଜାଣିଛନ୍ତି । ଏହି ଘଟଣାରେ କେନ୍ଦ୍ରମନ୍ତ୍ରୀଙ୍କୁ ଟାଣି ବିଜେଡି ନିଜର ରାଜନୈତିକ ଅପରିପକ୍ୱତାର ପରିଚୟ ଦେଇଛି । ବରଂ ଭଲ ହେବ ବିଜେପି କାର୍ଯ୍ୟକର୍ତାଙ୍କ ଉପରେ ହୋଇଥିବା ଆକ୍ରମଣ ଉପରେ ମୁଖ୍ୟମନ୍ତ୍ରୀ ସ୍ପଷ୍ଟୀକରଣ ରଖନ୍ତୁ ବୋଲି ସେ ଦାବି କରିଛନ୍ତି ।
ସେହିପରି ସାମ୍ବାଦିକ ସମ୍ମିଳନୀରେ ବିଜେଡି ଓଡିଶାର ଯୁବକଙ୍କୁ ଧମକ ଦେବା ଭଳି କଥା କହୁଛି । ସେମାନେ ବିକ୍ଷୋଭ କରି ତାଙ୍କର ଏକାଡେମିକ୍ କ୍ୟାରିୟର ନଷ୍ଟ କରୁଥିବା କହୁଛନ୍ତି । ମାତ୍ର ଏ କଥା କହୁନାହାନ୍ତି ଯେ ବିଜେଡ଼ି ସରକାର ସେମାନଙ୍କୁ ନିଯୁକ୍ତି ଦେବାରେ ଅପାରଗ ସାଜିଛନ୍ତି । ଓଡ଼ିଶାର ବେକାରୀ ହାର ଜାତୀୟ ସ୍ତରରେ ଲଜ୍ୟାଜନକ ସ୍ଥିତିରେ ରହିଛି । ଓଡ଼ିଆ ଯୁବକଙ୍କ ଭାଗ୍ୟକୁ ବିଜେଡି କୁଠାରଘାତ କରୁଛନ୍ତି । ପରୋକ୍ଷ ପୂର୍ଣ୍ଣ ଧମକ ଦେଇ ଓଡ଼ିଆ ଯୁବକଙ୍କ ଆନ୍ଦୋଳନାତ୍ମକ ମନୋବୃତିକୁ ଯଦି ଚପାଇ ଦେବାକୁ ଚେଷ୍ଟା କଲେ ମଧ୍ୟ ସେହି କାମରେ ସଫଳ ହେବ ନାହି । ଗତକାଲି ପିଏମଜି ସ୍କୋୟାରକୁ ଚାଇନାର ଏକଚ୍ଛତ୍ରବାଦୀ ଶାସକଙ୍କ ପରି ତିଆନମେନ ସ୍କୋୟାରର ରୂପ ଦେବା ପାଇଁ ଶାସକ ଦଳ ମନ ବଳାଇ ଥିଲା । ତାହାକୁ ଯୁବମୋର୍ଚ୍ଚାର କାର୍ଯ୍ୟକର୍ତା କରାଇଦେବ ନାହିଁ ।
ସେ କହିଛନ୍ତି ଯେ ଜଣେ ବ୍ୟକ୍ତିଙ୍କର ରାଜନୈତିକ ନ୍ୟସ୍ତ ସ୍ୱାର୍ଥକୁ ପୂରଣ କରିବା ପାଇଁ ଯୁବମୋର୍ଚ୍ଚାର କାର୍ଯ୍ୟକର୍ତାମାନେ ବିଧାନସଭା ଘେରାଓ କରିଛନ୍ତି ବୋଲି ବିଜେଡି କହିବା ହାସ୍ୟାସ୍ପଦ । ସମସ୍ତ ରାଜନୈତିକ ଦଳର ଆନ୍ଦୋଳନ କରିବାର ଅଧିକାର ରହିଛି । ଯୁବ ମୋର୍ଚ୍ଚା ପକ୍ଷରୁ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ଚାଲିଥିଲା । ସେ ସମୟରେ କିଛି ପୋଲିସ ମାନଙ୍କୁ ମୋହରା ସଜାଇ ବିଜେଡି ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଆନ୍ଦୋଳନକାରୀଙ୍କ ଉପରେ ଆକ୍ରମଣ କରାଯାଇଥିଲା । ପୁରୁଷ ପୋଲିସ ମହିଳା କାର୍ଯ୍ୟକର୍ତାଙ୍କୁ ଖରାପ ଆଚରଣ କରିଛନ୍ତି ।
ଗତକାଲିର ଘଟଣାରେ ପୋଲିସ ଭଲ ଭାବେ ସ୍ଥିତିକୁ ନିୟନ୍ତ୍ରଣ କରିଥିବା ବିଜେଡିର ପ୍ରବକ୍ତା କହୁଛନ୍ତି । ମାତ୍ର ପୋଲିସ ଅସାମାଜିକ ବ୍ୟକ୍ତିଙ୍କ ପରି ଅମାନୁଷିକ ଭାବେ ଯୁବ ମୋର୍ଚ୍ଚାର କାର୍ଯ୍ୟକର୍ତାଙ୍କୁ ବାଡେଇବା, ପ୍ରଶାସନ ନିୟନ୍ତ୍ରଣର ଆଭିମୁଖ୍ୟ କି ବୋଲି ସେ ପ୍ରଶ୍ନ କରିଛନ୍ତି ।