ମନ୍ତ୍ରୀ ନବ ଦାସଙ୍କ ହତ୍ୟାର ରହସ୍ୟ ଉନ୍ମୋଚିତ ନହେବା ପର୍ଯ୍ୟନ୍ତ ବିଧାନସଭାଠୁ ରାଜରାସ୍ତା ଯାଏଁ ପ୍ରତିବାଦ ଜାରିରଖିବ ବିଜେପି

0

ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡ ପ୍ରସଙ୍ଗକୁ ନେଇ ବିଜେପିର ଆଭିମୁଖ୍ୟ ଆକ୍ରମଣାତ୍ମକ ରହିଛି । ହତ୍ୟାର ରହସ୍ୟ ଉନ୍ମୋଚିତ ନହେବା ପର୍ଯ୍ୟନ୍ତ ବିଜେପି ଚୁପ୍ ରହିବ ନାହିଁ ବୋଲି କହିଛି ବିଜେପି । ବିଧାନସଭାଠୁ ରାଜରାସ୍ତା ଯାଏଁ ପ୍ରତିବାଦ ଜାରିରଖିବା ନେଇ ସୂଚନା ଦେଇଛନ୍ତି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ।

କହିଛନ୍ତି, ବିଧାନସଭାରେ ମୋସନ ଆକାରରେ ଆଲୋଚନା ହୋଇଥିଲେ ବି ରହସ୍ୟ ଉପରୁ ପରଦା ହଟିନାହିଁ । ମୁଖ୍ୟମନ୍ତ୍ରୀ ତାଙ୍କ ବିବୃତିରେ ବିରୋଧୀଙ୍କୁ କେବଳ ସମାଲୋଚନା ଛଡ଼ା ଆଉ କିଛି କରିନାହାନ୍ତି । ଶାସକ ଦଳ ପାଖରେ ସଂଖ୍ୟାଗରିଷ୍ଠତା ଥିବାରୁ ସେମାନେ ଗୃହରେ ବିରୋଧୀଙ୍କୁ ଚପାଇ ଦେଉଛନ୍ତି । କିନ୍ତୁ ଭାରତୀୟ ଜନତା ଦଳ ମନ୍ତ୍ରୀଙ୍କ ହତ୍ୟାକୁ ନେଇ ଆଦୌ ଚୁପ୍ ବସିବ ନାହିଁ ।

ହତ୍ୟାକାଣ୍ଡ ପଛରେ କିଏ ଅଛି, ତାହା ସାମ୍ନାକୁ ନଆସିବା ଯାଏଁ, ଦଳ ଲଢ଼େଇ ଜାରି ରଖିବ ବୋଲି ଜୟନାରାୟଣ କହିଛନ୍ତି । ସେପଟେ ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି କହିଛନ୍ତି, ସରକାରଙ୍କୁ ଘେରିବା ପାଇଁ ବିରୋଧୀ ଦଳ ଯେଉଁସବୁ ପ୍ରସଙ୍ଗ ଉଠାଇଛନ୍ତି, ସେଥିରେ ବିରୋଧୀ ଦଳ ନିଜେ ଫସିଛନ୍ତି ।

Leave a comment