ଓଲିଉଡ଼ କଳି; ମନୋଜ ମିଶ୍ରଙ୍କ ସମର୍ଥନରେ ପୁଣି ବାହାରିଲେ ବିଜେପି ବିଧାୟକ ମୁକେଶ ମହାଲିଙ୍ଗ

କଳାକାରଙ୍କୁ ସମ୍ମାନ ଦେବା ଓଡ଼ିଶା ସରକାରଙ୍କ ଦାୟିତ୍ୱ

0

ଓଲିଉଡ଼ କଳାକାରଙ୍କ କଳିକୁ ନେଇ ମନୋଜ ମିଶ୍ରଙ୍କ ସମର୍ଥନରେ ପୁଣି ବାହାରିଲେ ବିଜେପି ବିଧାୟକ ମୁକେଶ ମହାଲିଙ୍ଗ । କହିଲେ ଜଣେ କଳାକାରର ଭାଷା ପରିଧି କି ସହର ନଥାଏ । କଳାକାରଙ୍କୁ ସମ୍ମାନ ଦେବା ଓଡ଼ିଶା ସରକାରଙ୍କ ଦାୟିତ୍ୱ । ବିଜେଡି ସାଂସଦ ଯେଉଁଭଳି ମନ୍ତବ୍ୟ ଦେଇଛନ୍ତି ତାକୁ ଆଗରୁ ନିନ୍ଦା କରିଥିଲି ଏବେ ମଧ୍ୟ ନିନ୍ଦା କରୁଛି ।

ଏସବୁ ବିବାଦ ଖୁବଶୀଘ୍ର ସମାଧାନ କରନ୍ତୁ ଏବଂ କଳାକାରଙ୍କୁ ସମ୍ମାନ ଦିଅନ୍ତୁ । କଳାକାରଙ୍କୁ ଯଦି ଅସମ୍ମାନ କରାଯିବ ତେବେ ନିଶ୍ଚିତ ଭାବରେ ଓଡ଼ିଶାବାସୀ କଳାକାରଙ୍କ ସପକ୍ଷରେ ବାହାରିବେ । ଯଦି ମନୋଜ ମିଶ୍ରଙ୍କ ଉପରୁ ନିଲମ୍ବନ ଉଠାନଯାଏ ତେବେ ଆନ୍ଦୋଳନ ବ୍ୟାପକ ହେବ ବୋଲି କହିଛନ୍ତି ବିଜେପି ବିଧାୟକ ।

Leave a comment