ସ୍ୱାମୀ ଅଗ୍ନିବେଶ ଙ୍କୁ ବିଜେପି କର୍ମୀଙ୍କ ଆକ୍ରମଣ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପ୍ରାୟତଃ ବିବାଦରେ ରହି ଆସୁଥିବା ସ୍ୱାମୀ ଅଗ୍ନିବେଶ(୮୦) ଙ୍କୁ ଆଜି ଝାଡ଼ଖଣ୍ଡ ର ପାକୁଡ଼ ଠାରେ ତୀବ୍ର ବିରୋଧ ର ସାମ୍ନା କରିବାକୁ ପଡିଛି। ସ୍ୱାମୀ ଅଗ୍ନିବେଶ ଆଜି ଆଦିବାସୀ ଙ୍କ ଏକ କାର୍ଯ୍ୟକ୍ରମ ରେ ଯୋଗଦେବାକୁ ସେଠାକୁ ଯାଇଥିଲେ। ତାଙ୍କର ଏ କାର୍ଯ୍ୟକ୍ରମ ରେ ଯୋଗ ଦେବାକୁ ନେଇ ପୂର୍ବରୁ କିଛି ସଂଗଠନ ପକ୍ଷରୁ ବିରୋଧ ହୋଇ ଆସୁଥିଲା। ଆଜି ସେ ଏ କାର୍ଯ୍ୟକ୍ରମ ରେ ଯୋଗ ଦେବାରୁ କିଛି ବ୍ୟକ୍ତି ତାଙ୍କୁ କଳା ପତାକା ଦେଖାଇବା ସହ ତାଙ୍କୁ ବିଧା ,ଗୋଇଠା ଓ ଚପଲ ରେ ଆକ୍ରମଣ କରିଥିଲେ।
ସୂଚନା ଅନୁଯାୟୀ, ୮୦ ବର୍ଷୀୟ ସ୍ୱାମୀ ଅଗ୍ନିବେଶ ଆଜି ଝାଡ଼ଖଣ୍ଡ ର ପାକୁଡ଼ ଠାରେ ଏକ ଆଦିବାସୀ ସଭାରେ ଯୋଗଦେବା ପାଇଁ ଯାଇଥିଲେ। ସେଠାରେ କିଛି ବ୍ୟକ୍ତି ତାଙ୍କୁ କଳା ପତାକା ଦେଖାଇବା ସହ ତାଙ୍କୁ ବିଧା ,ଗୋଇଠା ଓ ଚପଲ ରେ ଆକ୍ରମଣ କରିଥିଲେ। ଖବର ଅନୁସାରେ ସେମାନେ ବିଜେପି କର୍ମୀ ବୋଲି ଜଣାଯାଇଛି। ଆକ୍ରମଣକାରୀ ଙ୍କ ଅଭିଯୋଗ ମୁତାବକ ଅଗ୍ନିବେଶ ଆଦିବାସୀମାନଙ୍କୁ ନିଜ ଭାଷଣ ଦ୍ୱାରା ପଥଭ୍ରଷ୍ଟ କରାଉଛନ୍ତି। ଗୋ ମାଂସ କୁ ନେଇ ତାଙ୍କ ବୟାନ କୁ ବିରୋଧ କରି ତାଙ୍କୁ ଆକ୍ରମଣ ହୋଇଥିବା ଅନୁମାନ କରାଯାଉଛି।
ଏହି ଘଟଣା ପରେ ସ୍ୱାମୀ ଅଗ୍ନିବେଶ କହିଛନ୍ତି “ଜୀବନ ର ୮୦ ବର୍ଷ ଭିତରେ ପ୍ରଥମ ଥର ତାଙ୍କୁ ଏପରି ପରିସ୍ଥିତି ର ସାମ୍ନା କରିବାକୁ ପଡିଛି।ତେବେ ଝାଡ଼ଖଣ୍ଡ ସରକାର ଏହାର ଠିକ ଭାବରେ ତଦନ୍ତ କରିବା ବୋଲି ମୋର ବିଶ୍ୱାସ ଅଛି”।
ତେବେ ଏହି ଘଟଣାରେ ସଂପୃକ୍ତ ଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।