କଂଗ୍ରେସ କର୍ମୀଙ୍କ ଆଙ୍ଗୁଠି କାମୁଡିଲେ ବିଜେପି କର୍ମୀ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଡେରାଡୁନରେ ଜଣେ ବିଜେପି କର୍ମୀ ଜଣେ କଂଗ୍ରେସ କର୍ମୀଙ୍କ ଆଙ୍ଗୁଠି କାମୁଡିଦେବା ଘଟଣା ଚର୍ଚ୍ଚାହେଉଛି । ନୈନିତାଲରେ ପିଆଜ ଦର ବୃଦ୍ଧି ପ୍ରତିବାଦରେ ଶୁକ୍ରବାର ଶସ୍ତାରେ ପିଆଜ ବିକୁଥିବା ଜଣେ କଂଗ୍ରେସ ନେତାଙ୍କର ଆଙ୍ଗୁଠି ଟିପକୁ ଜଣେ ବିଜେପି ସମର୍ଥକ କାମୁଡ଼ି ପକାଇଛନ୍ତି ବୋଲି ଅଭିଯୋଗ ଆସିଛି । ଟିପ ଛିଡ଼ି ଯିବାରୁ ରକ୍ତ ବହିଥିଲା । ମନୀଷ ବିସ୍ତ୍‌ ନାମକ ଜଣେ କର୍ମୀଙ୍କ ବିରୋଧରେ ଥାନାରେ ମାମଲା ରୁଜୁ କରାଯାଇଛି । କିନ୍ତୁ ବିଜେପି କହିଛି କି, ଦଳ ସହ ସେ ଲୋକର କୌଣସି ସମ୍ପର୍କ ନାହିଁ ।

ଦଳର ଅନ୍ୟ ସଦସ୍ୟମାନଙ୍କ ଠାରୁ ଖବର ପାଇ ପୁଲିସ ବିସ୍ତ୍‍ଙ୍କୁ ଗିରଫ କରିଥିଲା । କଂଗ୍ରେସ ସେବା ଦଳର ଉପାଧ୍ୟକ୍ଷ ରମେଶ ଗୋସ୍ୱାମୀ କହିଛନ୍ତି, ସହରର ବୁଦ୍ଧ ପାର୍କ ଅଞ୍ଚଳରେ ଦଳର ମହିଳା କର୍ମୀମାନେ କିଲୋପିଛା ୩୦ ଟଙ୍କାରେ ପିଆଜ ବିକ୍ରୟ କରୁଥିବା ବେଳେ ବିସ୍ତ୍‍ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହ ଅଶୋଭନୀୟ ଆଚରଣ କରିଥିଲେ । ତେଣୁ ମେହେରା ଯାଇ ହସ୍ତକ୍ଷେପ କରିଥିଲେ । ହଲ୍‌ଦ୍‌ଓ୍ଵାନି ଥାନାର ଏସ୍‌ଏଚ୍‌ଓ ବିକ୍ରମ ରାଠୋର କହିଛନ୍ତି: ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ବିସ୍ତ ସେତେବେଳେ ମଦ କିମ୍ବା ନିଶା ଔଷଧ ଖାଇଥିଲେ । ଘଟଣାର ତଦନ୍ତ ଚାଲିଛି।

Leave a comment