ମେୟର ପ୍ରାର୍ଥୀ ବୁଲୁଛନ୍ତି ଏକା କୁଆଡେ ଗଲେ ଅପରାଜିତା ଓ ମହିଳା ମୋର୍ଚ୍ଚା !!

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଭୁବନେଶ୍ୱର ମେୟର ପ୍ରାର୍ଥୀ ଭାବେ ସୁନୀତି ମୁଣ୍ଡୁ ଙ୍କୁ ଚୟନ କରିଥିଲା ରାଜ୍ୟ ବିଜେପି । ଯେଉଁ ଦାୟିତ୍ୱ ସମ୍ପୂର୍ଣ୍ଣ ଭାବେ ଭୁବନେଶ୍ୱର ସାଂସଦ ଅପରାଜିତା ମ୍ୟାଡ଼ମଙ୍କୁ ପ୍ରଦାନ କରାଯାଇଥିବା ନେଇ ଚର୍ଚ୍ଚା ହେଉଥିଲା । ମେୟର ପ୍ରାର୍ଥୀଙ୍କ ନାମ ଘୋଷଣା ସମୟରେ ଖୁଵ ଉତଫୁଲ୍ଲିତ ହୋଇ ଅପରାଜିତା ମ୍ୟାଡ଼ମ କହିଥିଲେ ବିଜେପି ପକ୍ଷରୁ ଭୁବନେଶ୍ୱର ମେୟର ପ୍ରାର୍ଥୀ ହେବାକୁ ୨୫ ଜଣ ଆବେଦନ କରିଥିଲେ । ଅନେକ ତର୍ଜମା ପରେ ସେମାନେ ସୁନୀତିଙ୍କୁ ପ୍ରାର୍ଥୀ ଭାବେ ଚୟନ କରିଛନ୍ତି । କିନ୍ତୁ ବର୍ତ୍ତମାନ ସ୍ଥିତି କିଛି ଭିନ୍ନ ଦେଖିବାକୁ ମିଳୁଛି । ବିଜେପି ମେୟର ପାର୍ଥି କେତେବେଳେ ମଧ୍ୟ ବିଧାୟକ ପ୍ରାର୍ଥୀ ଜଗନ୍ନାଥ ପ୍ରଧାନଙ୍କ ସହ ବୁଲୁଥିବା ବେଳେ କେତେବେଳେ ଭୁବନେଶ୍ୱର ବିଜେପି ଜିଲ୍ଲା ସଭାପତି ବାବୁ ସିଂହ ଙ୍କ ସହ ବୁଲୁଥିବା ଦେଖିବାକୁ ମିଳୁଛି । ଏପରିକି ଅନେକ ଥର ସୁନୀତି ଏକୁଟିଆ ମଧ୍ୟ ବୁଲି ଭୋଟ ଭିକ୍ଷା କରୁଛନ୍ତି । ଏହାକୁ ଦେଖି ଲୋକେ କୁହା କୁହି ହେଉଛନ୍ତି କି “ମେୟର ପ୍ରାର୍ଥୀ ବୁଲୁଛନ୍ତି ଏକା କୁଆଡେ ଗଲେ ଅପରାଜିତା ଓ ମହିଳା ମୋର୍ଚ୍ଚା ?” କଥା କଥାକେ ରାଜରାସ୍ତାକୁ ଓଲ୍ହାହି ହୁଲୁସ୍ତୁଲୁ କରୁଥିବା ବିଜେପି ମହିଳା ମୋର୍ଚ୍ଚା ଆଜି କେଉଁଠି ? କ’ଣ ନିର୍ବାଚନ ପୂର୍ବରୁ ଅସ୍ତ୍ରବିରତି ଘୋଷଣା କରିଦେଇଛନ୍ତି କି ଅପରାଜିତା ମ୍ୟାଡ଼ମ ତେଣୁ କାଁ ଭାଁ ପ୍ରଚାର ମୈଦାନରେ ତାଙ୍କୁ ଦେଖିବାର ସୁଯୋଗ ପ୍ରାପ୍ତ ହେଉଛି । ଏଭଳି ଅନେକ ପ୍ରଶ୍ନ ସାଧାରଣ ଜନତାଙ୍କ ମନରେ ଉଙ୍କି ମାରୁଛି ।

ସୂଚନା ଅନୁଯାୟୀ, ଆଉ ଦିନ କେଇଟା ପରେ ପୌର ନିର୍ବାଚନ ପ୍ରଚାର ଶେଷ ହୋଇଯିବ । ଶାସକ ବିଜେଡ଼ି ଦଳ ଫୁଲଦମ ଲଗାଇ ପ୍ରଚାର, ରାଲି ଇତ୍ୟାଦି କରୁଥିବା ବେଳେ ବିଜେପି ନେତାଙ୍କ ଆଖି ଦେଖାଣିଆ ପ୍ରଚାର ଦେଖିବାକୁ ମିଳୁନାହିଁ । ପୂର୍ବରୁ ଚର୍ଚ୍ଚା ହେଉଥିଲା କି ଭୁବନେଶ୍ୱର ବିଜେପିର ୩ ବିଧାୟକ ପ୍ରାର୍ଥୀ କର୍ପୋରେଟର ପ୍ରାର୍ଥୀ ଚୟନ କରିବେ ଏବଂ ଅପରାଜିତା ମ୍ୟାଡ଼ମ ମେୟର ପ୍ରାର୍ଥୀ ଚୟନ କରିବେ । ତେବେ ବର୍ତ୍ତମାନ ପ୍ରଚାର ମୈଦାନରୁ ସମସ୍ତେ କାହିଁକି ଦୂରତ୍ୱ ରଖିଛନ୍ତି ତାହା ଭୁବନେଶ୍ୱର ଜନତାଙ୍କୁ ଆଶ୍ଚର୍ଯ୍ୟ କରିଛି । ପୂର୍ବରୁ ଅପରାଜିତା ମ୍ୟାଡ଼ମ ଜନସମ୍ପର୍କ ଯାତ୍ରା ପାଇଁ ସମସ୍ତ ସ୍ଥାନର ଲୋକଙ୍କ ସହ ବିଜେପି ର ସମ୍ପର୍କ ବୃଦ୍ଧି କରୁଥିଲେ । ତେବେ ଆବଶ୍ୟକତା ସମୟରେ କୁଆଡେ ଗଲେ ବୋଲି ଅନେକ ପ୍ରଶ୍ନ କରିଛନ୍ତି ।

ସେହିପରି ପଞ୍ଚାୟତ ନିର୍ବାଚନରେ ନିଜ ଅସ୍ତିତ୍ୱ ହରାଇବା ପରେ ପୌର ନିର୍ବାଚନରେ ଏହି ଅପମାନର ପ୍ରତିଶୋଧ ନେବା ନେଇ ଯେଉଁ ଚର୍ଚ୍ଚା ହେଉଥିଲା ତାହା ଏବେ ଫିକା ପଡିଲା ପରି ମନେ ହେଉଛି । ଯେତେବେଳେ ଶାସକ ଦଳର ପ୍ରାର୍ଥୀଙ୍କ ସ୍ଥିତି ଭଲ ଥାଇ ମଧ୍ୟ ସେମାନେ ଏକଜୁଟ ହୋଇ କାର୍ଯ୍ୟ କରୁଛନ୍ତି ତେବେ ବିରୋଧୀଙ୍କ ରଣନୀତି ହୋଲି ପୂର୍ବରୁ ଧୋଇ ହୋଇଗଲା ପରି ହୃଦୟଙ୍ଗମ ହେଉଛି ।

ଅପରପକ୍ଷରେ ପୌର ନିର୍ବାଚନ ପ୍ରଚାର ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପୁରୀ ସାଂସଦ ପ୍ରାର୍ଥୀ ସମ୍ବିତ ପାତ୍ର ଏବଂ ବୈଜୟନ୍ତ ପଣ୍ଡା ମୈଦାନକୁ ଓଲ୍ଲାହିବା ନେଇ ଯେଉଁ ରାଜନୈତିକ ଆକଳନ କରାଯାଉଥିଲା ତାହା ମଧ୍ୟ ଭିତ୍ତିହିନ୍ନ ପରି ଲାଗୁଛି ।ଏହା ଏକ ଫାଙ୍କା ଗୁଳିଚାଳନା ଥିଲା । କାରଣ ବିଜୟର ଶ୍ରେୟ ସମସ୍ତେ ନେବାକୁ ଆଗେଇ ଆସିବେ କିନ୍ତୁ ପରାଜୟ ପାଇଁ ନିଜକୁ କିଏ ବା ଦାୟୀ କରିବ ଏଭଳି ଚର୍ଚ୍ଚା ଏବେ ରାଜଧାନୀ ର ଗଳି ଗଳି ରେ ଶୁଣିବାକୁ ମିଳୁଛି ।

Leave a comment