ନାରୀ ଆଖିରେ ନିଆଁ, ନାରୀ ସୁରକ୍ଷା ଦାବିକରି ନବୀନ ନିବାସ ଘେରାଉ କଲା ବିଜେପି ମହିଳା ମୋର୍ଚ୍ଚା
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ନାରୀ ସୁରକ୍ଷା ନେଇ ସାରା ଦେଶରେ ପ୍ରତିବାଦ ତେଜିବାରେ ଲାଗିଛି । ଦୋଷୀକୁ ଦଣ୍ଡ ମିଳିବାରେ ବିଳମ୍ବ ହେବାରୁ ରାଜନୀତି ସହ ସାଧାରଣ ଲୋକେ ମଧ୍ୟ ସ୍ୱର ଉଟାଉଛନ୍ତି । ଏହି ଅବସରରେ ବିଜେପି ମହିଳା ମୋର୍ଚ୍ଚା ନବୀନ ନିବାସ ଘେରାଉ କରିବାକୁ ଉଦ୍ୟମ କରିଛି । ଏୟାରପୋର୍ଟ ରାସ୍ତାରୁ ନବୀନ ନିବାସ ଆଡକୁ ଗଲାବେଳେ ଆନ୍ଦୋଳନକାରୀଙ୍କୁ ପ୍ରଥମେ ପୋଲିସ ଅଟକାଇଥିଲା। ଫଳରେ ମହିଳା ମୋର୍ଚ୍ଚା ଓ ପୋଲିସଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଛି। ଏପରିକି ସେମାନଙ୍କୁ ପୋଲିସ ଅଟକାଇବାରୁ କିଛି ମହିଳା ମୋର୍ଚ୍ଚା କର୍ମୀ ରାସ୍ତାରେ ଶୋଇଯାଇଥିଲେ।
ପୁରୀରେ ଯୁବତୀଙ୍କୁ ଗଣଦୁଷ୍କର୍ମ ଘଟଣାକୁ ବିରୋଧ କରି ଆଜି ବିଜେପି ମହିଳା ମୋର୍ଚ୍ଚା ନବୀନ ନିବାସ ଘେରାଉ କରିଛି । ଏୟାରପୋର୍ଟ ରାସ୍ତାରେ ଯିବା ବେଳେ ପ୍ରଥମେ ପୋଲିସ କର୍ମୀମାନଙ୍କୁ ଅଟକାଇଥିଲା । ପ୍ରଭାତି ପରିଡା, ସୁରମା ପାଢୀ ଆଜି ବିଜେପି ପ୍ରମୁଖଙ୍କୁ ପୋଲିସ ଅଟକାଇଥିଲା । କିନ୍ତୁ ଏହି ସମୟରେ ଏକ ଗଳି ରାସ୍ତା ଦେଇ ଆଉ କିଛି ମହିଳା ମୋର୍ଚ୍ଚା କର୍ମୀ ଟ୍ରାଫିକ୍ ପୋଷ୍ଟ ଯାଏଁ ପହଞ୍ଚିଥିଲେ । ପୋଲିସ ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରିବା ବେଳେ ପଳାସପଲ୍ଲୀ ଆଡୁ ଆଉ କିଛି ମହିଳା ମୋର୍ଚ୍ଚା କର୍ମୀ ଆସିଯାଇଥିଲେ । ଫଳରେ ପୁଲିସ ଓ ମହିଳା କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା ।