ଗୃହରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କରଙ୍କ ଇସ୍ତଫା ଦାବିରେ ସାରା ଓଡିଶାରେ ପ୍ରତିବାଦ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମମିତା ମେହେର ହତ୍ୟା ମାମଲାରେ ପୁଲିସର ନିଷ୍କ୍ରିୟତା, FIR ନ ରଖିବା ଏବଂ ଖୋଦ୍ ଗୃହରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସମ୍ପୃକ୍ତିକୁ ନେଇ ବିଜେପି ବିକ୍ଷୋଭ କରିଛି। ମହିଳାମୋର୍ଚ୍ଚାର କର୍ମୀମାନେ ଆଇନକୁ କୋକେଇରେ ଶୁଆଇ, ହାତରେ ଗୋବର ପାଣି ଛିଞ୍ଚି ରାଜଧାନୀ ରାଜରାସ୍ତାରେ ଆନ୍ଦୋଳନ ଚଳାଇଛନ୍ତି। ଗୋଟିଏ ପରେ ପରେ ଗୋଟିଏ ବ୍ୟାରିକେଡ ଭାଙ୍ଗିବାରେ ଲାଗିଛି ବିଜେପି ମହିଳା ମୋର୍ଚ୍ଚା। ବିଜେପି ନେତା ବାବୁ ସିଂଙ୍କ ନେତୃତ୍ବରେ ଆଗେଇ ଚାଲିଥିବା ଏହି ବିକ୍ଷୋଭ ସମାବେଶ ବେଳେ ପୁଲିସ କିଛି ବିଜେପି କର୍ମୀ ଉଠାଇ ନେଇଥିବା ଦେଖିବାକୁ ମିଳିଛି।
ଅନ୍ୟପକ୍ଷରେ ବଲାଙ୍ଗିର ଏସପି ଅଫିସ ସମ୍ମୁଖରେ ଇରାଶିଷ୍ ଆଚାର୍ଯ୍ର୍ୟଙ୍କ ନେତୃତ୍ବରେ ବିଜେପି ବିକ୍ଷୋଭ କରୁଛି। ବିଜେପି ଯୁବମୋର୍ଚ୍ଚାର କର୍ମୀମାନେ ଏସପି ଦେଖା କରିବାକୁ ଅଡି ବସିଛନ୍ତି। ପୁଲିସ ସହ ପ୍ରବଳ ଧସ୍ତାଧସ୍ତି, ଏସପି ଅଫିସକୁ ଅଣ୍ଡାମାଡ ବେଳେ କେତେକ ବିଜେପି କର୍ମୀ ଏଠାରେ ଆହତ ମଧ୍ୟ ହୋଇଛନ୍ତି।
ସେହିପରି ମମିତା ମେହେର ହତ୍ୟା ଘଟଣାରେ ମନ୍ତ୍ରୀଙ୍କ ଗିରଫ ଦାବି ଓ ବାରିପଦାରେ ବିଜେପି କର୍ମୀଙ୍କୁ ପୋଲିସ ସମ୍ମୁଖରେ ମାଡ଼କୁ ବିଜେପିର ନିନ୍ଦା । ଭଦ୍ରକ ଜିଲ୍ଲାର ସମସ୍ତ ଥାନା ସମ୍ମୁଖରେ ଗଣ ଧାରଣା ଦେବା ସହ ପ୍ରତିବାଦ କରିଛି ଭାରତୀୟ ଜନତା ପାର୍ଟି ।