ହରିୟଣାର ରୋହତକ ଲୋକସଭା ଆସନରୁ ଭାଜପା ପ୍ରାର୍ଥୀ ହୋଇ ଲଢ଼ିବେ ବିରେନ୍ଦ୍ର ସେହୱାଗ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଏଥର ସାଧାରଣ ନିର୍ବାଚନରେ ଭାଜପା (ଭାରତୀୟ ଜନତା ପାର୍ଟି) ହରିୟଣାର ରୋହତକ ଲୋକସଭା ଆସନରୁ କ୍ରିକେଟର୍ ବିରେନ୍ଦ୍ର ସେହୱାଗଙ୍କୁ ପ୍ରାର୍ଥୀ କରିବ । ଗତ ରବିବାର ହରିୟଣାର ପାର୍ଟି ମିଟିଂ ବସିଥିଲା । ସେଥିରେ ଯୋଗ ଦେଇଥିବା ଜଣେ ବରିଷ୍ଠ ନେତାଙ୍କଠାରୁ ମିଳିଥିବା ସୂଚନା ଅନୁସାରେ, ରୋହତକର ବର୍ତ୍ତମାନର କଂଗ୍ରେସ ଏମପି ଦିପେନ୍ଦର ସିଂ ହୁଡ୍ଡା ଲଗାତାର ଭାବେ ୩ଥର ହେବ ଏଠାରେ ଜିତି ଆସୁଛନ୍ତି । ତାଙ୍କୁ ହରାଇବା ପାଇଁ ସେହଓ୍ଵାଗଙ୍କୁ ପ୍ରାର୍ଥୀ କରିବାକୁ ଭାଜପା ଯୋଜନା କରୁଥିବା ଜଣାପଡିଛି । ତେବେ ଏ ସମ୍ପର୍କରେ ହରିୟଣାର ଭାଜପା ମୁଖ୍ୟ ସୁବାସ ବରାଳଙ୍କୁ ପଚାରିବାରୁ ଏ ପର୍ଯ୍ୟନ୍ତ ସେହଓ୍ଵାଗ ଭାଜପାରେ ଯୋଗ ଦେଇ ନଥିବା ବେଳେ ଏଭଳି କିଛି ଯୋଜନା ନ ଥିବା କହିଛନ୍ତି । ତେବେ ଭାଜପା ବରିଷ୍ଠ ନେତାଙ୍କ ଏହି ସୂଚନା ପରେ ସେହଓ୍ଵାଗ କୌଣସି ପ୍ରତିକ୍ରିୟା ରଖିନାହାନ୍ତି ।