ଶଙ୍ଖ ଧରିବେ ବିଜେପି ନେତା ଜଗନ୍ନାଥ ପ୍ରଧାନ, ଯୁବ ମୋର୍ଚ୍ଚା ସଭାପତି !!
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଜଗନ୍ନାଥ ପ୍ରଧାନ ବିଜେପିର ଭୁବନେଶ୍ୱରର ଜଣେ ଆଗଧାଡ଼ିର ନେତା । ଜଗନ୍ନାଥ ବିଜେଡ଼ିରେ ଯୋଗଦେବାକୁ ଯାଉଥିବା ରାଜ୍ୟ ରାଜନୀତିକୁ ସରଗରମ କରିଛି । ତାଙ୍କ ସହ ୪ଜଣ ମଣ୍ଡଳ ସଭାପତି ଏବଂ ଯୁବ ମୋର୍ଚ୍ଚା ସଭାପତି ମଧ୍ୟ ବିଜେଡ଼ିରେ ଯୋଗ ଦେବା ନେଇ ଚର୍ଚ୍ଚା ହେଉଛି । ଖୁବଶୀଘ୍ର ଏହି ମିଶ୍ରଣ ପର୍ବ ହେବାକୁ ଥିବା ସୂଚନା ମିଳିଛି । ବିଜେଡି ଉତ୍ତର ବିଧାୟକ ସୁଶାନ୍ତ ରାଉତଙ୍କ ମଧ୍ୟସ୍ଥତାରେ ଗତକାଲି ରାତିରେ ବିଜେଡ଼ିର ସମସ୍ତ କାର୍ଯ୍ୟକ୍ରମ ବୁଝୁଥିବା ଜଣେ ବିଧାୟକଙ୍କ ଘରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିବା ଚର୍ଚ୍ଚା ହେଉଛି । ଭୁବନେଶ୍ୱର ସାଂସଦ ଓ ଜଗନ୍ନାଥ ପ୍ରଧାନ ଙ୍କ ମଧ୍ୟରେ ମନମାଳିନ୍ୟ ଯୋଗୁ ସେ ବିଜେପି ଛାଡୁଥିବା ରାଜନୈତିକ ମହଲରେ ମୁଖ୍ୟ ଖବର ସାଜିଛି ।
ସୂଚନା ଅନୁଯାୟୀ, ଜଗନ୍ନାଥ ପ୍ରଧାନ ଭୁବନେଶ୍ୱର ବିଜେପିର ଜଣେ ଜଣାଶୁଣା ଏବଂ ଅଭିଜ୍ଞ ନେତା । ଯିଏ କି କିଛି ମାସ ପୂର୍ବରୁ ବିଜେପି ଛାଡିବା ନେଇ ଖବର ପ୍ରସାରିତ ହୋଇଥିଲା । ମାତ୍ର ଭିତରି ବୁଝାମଣା ପରେ ଏହା ସ୍ଥଗିତ ହୋଇଥିଲା । ବିଜେପିର ଏହି ନେତାଙ୍କ ଭୁବନେଶ୍ୱର ସାଂସଦ ଅପରାଜିତା ମ୍ୟାଡମ ଙ୍କ ସହିତ ଖୁବ ଭଲ ସମ୍ପର୍କ ଥିଲା । ୨୦୧୯ ସାଧାରଣ ନିର୍ବାଚନରେ ଅପରାଜିତା ମ୍ୟାଡମ ତାଙ୍କ ପାଇଁ ପ୍ରଚାର ମଧ୍ୟ କରିଥିଲେ । କିନ୍ତୁ ବର୍ତ୍ତମାନ ଅପରାଜିତା ମ୍ୟାଡମ ଏବଂ ତାଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିବା ନେଇ ଚର୍ଚ୍ଚା ହେଉଛି । ଏପରିକି ୨୦୨୪ ନିର୍ବାଚନରେ ଭୁବନେଶ୍ୱର ସାଂସଦ ଜଗନ୍ନାଥଙ୍କୁ ବିଧାୟକ ପ୍ରାର୍ଥୀ ଭାବେ ଦେଖିବାକୁ ଚାହୁଁ ନଥିବା ଜାଣିବାକୁ ପାଇଛନ୍ତି ତେଣୁ ସେ ଏପରି ପଦକ୍ଷେପ ନେଇଥିବା ଚର୍ଚ୍ଚା ହେଉଥିବା ବେଳେ ତାଙ୍କ ଜଣେ ସମର୍ଥକକୁ ଭୁବନେଶ୍ୱର ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି କରା କରାଯିବା ନେଇ ଦଳ ମଧ୍ୟରେ ଫାଟ ସୃଷ୍ଟି ହୋଇଥିବା ସୂଚନା ମିଳୁଛି ।
ସେହିପରି ଜଗନ୍ନାଥ ପ୍ରଧାନ ତିନିଥର ବିଜେପି ବିଧାୟକ ପ୍ରାର୍ଥୀ ଭାବେ ନିର୍ବାଚନ ମଇଦାନକୁ ଓଲ୍ହାଇ ସାରିଛନ୍ତି । ପୁରୁଣା ନେତା ଭାବେ ଭୁବନେଶ୍ୱର ବିଜେପି ରେ ତାଙ୍କ ଭଲ ନାଁ ରହିଛି । ଯଦି ସେ ବିଜେଡ଼ି ରେ ଯୋଗ ଦିଅନ୍ତି ତେବେ ବିଜେପି ଜଣେ ଦକ୍ଷ ନେତା ହରାଇବା ଯାହା ଭୁବନେଶ୍ୱର ବିଜେପି ସଙ୍ଗଠନ ପାଇଁ କ୍ଷତିକାରକ ହେବ ବୋଲି ରାଜନୈତିକ ବିଶେଷଜ୍ଞ ମତପ୍ରକାଶ କରିଛନ୍ତି ।