ସମ୍ବଲପୁର ଆସିବାବେଳେ ବିଜେପି ନେତାଙ୍କୁ ଥାନାରେ ଅଟକ

0

ଝାରସୁଗୁଡ଼ାରୁ ସମ୍ବଲପୁର ଆସୁଥିବା ବରଗଡ ସାଂସଦ ସୁରେଶ ପୁଜାରୀ ବିଜେପି ନେତାମାନଙ୍କୁ ପୋଲିସ ଜିଲ୍ଲା ସୀମାରେ ଅଟକାଇବା ପରେ ପୋଲିସ ବିଜେପି ମୁହାଁମୁହିଁ ପରିସ୍ଥିତି ଦେଖିବାକୁ ମିଳିଛି l ଝାରସୁଗୁଡ଼ା ସୀମାନ୍ତ ଶ୍ରୀପୁରରେ ବିଜେପି ନେତାଙ୍କୁ ପୋଲିସ ଅଟକାଇଛି । ତା’ପରେ ନେତାଙ୍କୁ ଠେଲକୁଲି ଥାନାକୁ ନେଇ ଅଟକ ରଖିଛି ସମ୍ବଲପୁର ପୋଲିସ ।

ରାଜ୍ୟ ସଭାପତି ମନମୋହନ ସାମଲଙ୍କ ସହ ସବୁ ନେତା ଏବେ ଅଟକ ଅଛନ୍ତି । ତେବେ ୧୪୪ ମାନୁନଥିବାରୁ ବିଜେପି ନେତାଙ୍କୁ ଅଟକାଇଥିବା କହିଛନ୍ତି ଆଡିସନାଲ ଏସପି । କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ, ସାଂସଦ ଜୁଏଲ ଓରାମ, ରାଜ୍ୟ ସଭାପତି ମନମୋହନ ସାମଲ, ସାଂସଦ ସୁରେଶ ପୂଜାରୀ ଓ ବସନ୍ତ ପଣ୍ଡା, ବିଧାୟକ ନାଉରୀ ନାୟକ, କୁସୁମ ଟେଟେ ଓ ଶଙ୍କର ଓରାମ ପ୍ରମୁଖ ଯାଉଥିବା ବେଳେ ଏପରି ଘଟଣା ଘଟିଛି l ଯାହାକୁ ବିଜେପି ନେତୃବୃନ୍ଦ ପ୍ରତିବାଦ କରିଛନ୍ତି l ଆମକୁ ସମ୍ବଲପୁର ଭିତରକୁ ନଛାଡ଼ିବାକୁ ନବୀନ ବାବୁ ନିର୍ଦ୍ଦେଶ ଦେଇଛନ୍ତି କି ବୋଲି ନେତାମାନେ ପ୍ରଶ୍ନ କରି ପୋଲିସ ସହ ଯୁକ୍ତିତର୍କ କରିଥିଲେ l କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ କାହା ନିର୍ଦ୍ଦେଶରେ ପୋଲିସ ଏସବୁ କରୁଛି ବୋଲି ପ୍ରଶ୍ନ କରିଛନ୍ତି ।

Leave a comment