ବିହାରରେ ଭାଙ୍ଗିଲା ବିଜେପି-ଜେଡିୟୁ ମେଣ୍ଟ
ବିହାରରେ ରାଜନୈତିକ ସଂକଟ ଭିତରେ ଭାଙ୍ଗିଲା ବିଜେପି-ଜେଡିୟୁ ମେଣ୍ଟ । ଆଉ କିଛି ସମୟ ମଧ୍ୟରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ରାଜ୍ୟପାଳଙ୍କୁ ଭେଟି ନିଜ ଇସ୍ତଫା ପତ୍ର ଦେବେ। ଏହାପୂର୍ବରୁ ସେ ରାଜ୍ୟପାଳଙ୍କୁ ଭେଟିବା ପାଇଁ ସମୟ ମାଗିଥିଲେ।
ତେବେ ବିଜେପି ସହ ମେଣ୍ଟ ଭାଙ୍ଗିବା ପରେ ନୀତିଶ ଆର୍ଜେଡି ସହ ହାତ ମିଳାଇପାରନ୍ତି। କଂଗ୍ରେସ ଓ ଆର୍ଜେଡି ସହ ମିଶି ନୀତୀଶ ମହାମେଣ୍ଟ ୨.୦ ପାଇଁ ପ୍ରସ୍ତୁତ ହେବ ବୋଲି ଏକ ସୂତ୍ରରୁ ଜଣାପଡିଛି। ଆଜି ଅପରାହ୍ଣ ୪ଟାରେ ନୀତିଶ କୁମାର ରାଜ୍ୟପାଳଙ୍କୁ ଭେଟି ନୂଆ ସରକାର ଗଠନ କରିବା ନେଇ ଦାବି ରଖିବେ। ସେପଟେ କଂଗ୍ରେସ ଓ ଆରଜେଡି ନୀତିଶ କୁମାରଙ୍କୁ ସମର୍ଥନ ଦେବାକୁ ଘୋଷଣା କରିସାରିଛନ୍ତି।