ସମସ୍ତ ବ୍ଲକ, ପୌର କାର୍ଯ୍ୟାଳୟକୁ ଘେରିଲା ବିଜେପି

0

ଓଡ଼ିଶ ଫାଷ୍ଟ (ବ୍ୟୁରୋ):କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାକୁ ରାଜ୍ୟ ସରକାର ନିଜ ନାଁରେ କରି ଲୋକଙ୍କୁ ଭୁଆଁ ବୁଲାଇ ଚାଲିଛନ୍ତି। ଏହି ପ୍ରତିବାଦରେ ରାଜ୍ୟ ବିଜେପି ପକ୍ଷରୁ ରାଜ୍ୟବ୍ୟାପୀ ସମସ୍ତ ବ୍ଲକ କାର୍ଯ୍ୟାଳୟ ଓ ପୌର କାର୍ଯ୍ୟାଳୟ ଘେରାଉ କରାଯିବା ସହ ରାଜ୍ୟପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ରାଜ୍ୟର ବିଜେଡି ସରକାର କେନ୍ଦ୍ରୀୟ ଯୋଜନାକୁ ନିଜ ନାଁରେ କରି ରାଜ୍ୟବାସୀଙ୍କଠୁ ବାହାବା ନେଉଛି ।

ସୂଚନା ଯୋଗ୍ୟ:ରାଜ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହେଉଥିବା ପକ୍କାଘର ସବୁକୁ ରାଜ୍ୟ ସରକାର ‘ ବିଜୁ ପକ୍କା ଘର ‘ ଯୋଜନାରେ କହି ରାଜ୍ୟବାସୀଙ୍କୁ ଭ୍ରମିତ କରୁଛନ୍ତି । ଏହି ‘ ବିଜୁ ପକ୍କା ଘର ‘ ଯୋଜନା ଦଳୀୟ ଆଧାରରେ ପ୍ରସ୍ତୁତ କରାଯାଇ ଗୋଟିଏ ପରିବାରର ୨ ରୁ ୩ ଜଣଙ୍କ ନାଁରେ ପକ୍କାଘର ଦିଆଯାଉଛି । ସେହିପରି କେନ୍ଦ୍ରର ଅନେକ ଯୋଜନା ନିଜ ନାଁରେ ହଡପ କରି ରାଜ୍ୟସରକାରଙ୍କ ଯୋଜନା ଭାବେ ରାଜ୍ୟବାସୀଙ୍କ ଆଗରେ ପରିବେଷଣ କରୁଛନ୍ତି ।

Leave a comment