ଫନୀକୁ ନେଇ ରାଜନୀତି, ରାଜ୍ୟ ସରକାରଙ୍କ ବିରୋଧରେ କଂଗ୍ରେସ ଓ ବିଜେପିର ଅଭିଯୋଗ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସରକାରଙ୍କ ବାତ୍ୟା ପରିଚାଳନାର ଚରମ ଅବ୍ୟବସ୍ଥା ପଦାରେ ପଡ଼ିଛି ବୋଲି ଅଭିଯୋଗ କରିଛି କଂଗ୍ରେସ । ବାତ୍ୟା ପରବର୍ତ୍ତୀ ସମୟରେ ଥଇଥାନକୁ ନେଇ ରାଜ୍ୟ ସରକାର ମିଛ କହୁଛନ୍ତି ଓ ବାତ୍ୟାର ୧୦ଦିନ ପରେ ମଧ୍ୟ କ୍ଷତିଗ୍ରସ୍ତଙ୍କୁ ନ୍ୟାୟ ଦେବାରେ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଥିବା କଂଗ୍ରେସ ଅଭିଯୋଗ ଆଣିଛି ।

ଅନ୍ୟପଟେ ବାତ୍ୟା ପ୍ରଭାବିତ ପାଟକୁରା ବିଧାନସଭା ନିର୍ବାଚନମଣ୍ଡଳୀରେ ସରକାରୀ ରିଲିଫ ବଣ୍ଟନ କାର୍ଯ୍ୟକ୍ରମକୁ ଶାସକ ବିଜେଡି ଦଳ ସମ୍ପୂର୍ଣ୍ଣ ଭାବେ ହାଇଜ୍ୟାକ୍ କରିନେଇଛି ବୋଲି ଅଭିଯୋଗ କରିଛନ୍ତି ପାଟକୁରା ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ର । ସେ ଏନେଇ ଜିଲ୍ଲା ରିଟର୍ଣ୍ଣିଂ ଅଫିସରଙ୍କ ପାଖରେ ଲିଖିତ ଅଭିଯୋଗ କରିଥିବା ଜଣାପଡିଛି । ପାଟକୁରା ବିଧାନସଭା ଆସନ ପାଇଁ ଆଗାମୀ ଦିନରେ ନିର୍ବାଚନ ଥିବାରୁ ସେଠାରେ ରାଜ୍ୟ ସରକାରଙ୍କ ରିଲିଫ ବଣ୍ଟନ କାର୍ଯ୍ୟକ୍ରମ ମାଧ୍ୟମରେ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ବିଜେଡି ପ୍ରାର୍ଥୀଙ୍କ ପ୍ରମୁଖ ସାଧନ ପାଲଟିଛି । ଦାୟିତ୍ୱରେ ଥିବା ସରକାରୀ ଅଫିସରମାନଙ୍କ ଉପସ୍ଥିତିରେ ହିଁ ପ୍ରଭାବିତ ଲୋକଙ୍କୁ ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲ ସରକାରୀ ରିଲିଫ ସାମଗ୍ରୀ ବଣ୍ଟନ କରୁଛନ୍ତି । ଏହା ଗଣତନ୍ତ୍ର ପ୍ରତି ଉପହାସ ପାଲଟିଛି ବୋଲି ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ର କହିଛନ୍ତି ।

Leave a comment