ସମ୍ବଲପୁର ହିଂସାକାଣ୍ଡ ସ୍ଥିତି ପରିଖିବା ପାଇଁ ଆସିଲେ ବିଜେପି କେନ୍ଦ୍ରୀୟ ଟିମ୍

0

ହନୁମାନ ଜୟନ୍ତୀକୁ ନେଇ ସମ୍ବଲପୁରରେ ହୋଇଥିବା ଦଙ୍ଗା ଏବେ ରାଜନୀତିରେ ବଡ ପ୍ରସଙ୍ଗ ପାଲଟିଛି । ହିଂସାକାଣ୍ଡର ସ୍ଥିତି ଯାଞ୍ଚ କରିବା ପାଇଁ ବିଜେପିର ୪ ଜଣିଆ କେନ୍ଦ୍ରୀୟ ଟିମ୍ ସମ୍ବଲପୁରରେ ପହଞ୍ଚିଛି । ସେପଟେ ବିଜେଡି କହିଛି ଛୋଟମୋଟ ହିଂସାକାଣ୍ଡକୁ ସାମ୍ପ୍ରଦାୟିକ ଦଙ୍ଗାର ରୂପ ଦେବାକୁ ଚେଷ୍ଟା କରୁଛି ବିଜେପି ।ଏହାରି ଭିତରେ ହିଂସାକାଣ୍ଡକୁ ନେଇ ଏନଆଇଏ ତଦନ୍ତ ଦାବି ଘଟଣାର ଗୁରୁତ୍ୱ ବଢାଇ ଦେଇଛି ।

ହନୁମାନ ଜୟନ୍ତୀ ଅବସରରେ ସମ୍ବଲପୁରରେ ହୋଇଥିବା ହିଂସାକାଣ୍ଡର ସ୍ଥିତି ପରଖିବାକୁ ପହଞ୍ଚିଛନ୍ତି ରାଜ୍ୟସଭା ସାଂସଦ ବ୍ରିଜେଶ ଲାଲଙ୍କ ନେତୃତ୍ୱରେ ବିଜେପିର ୪ ଜଣିଆ କେନ୍ଦ୍ରୀୟ ଟିମ୍ । ହିଂସାକାଣ୍ଡ ଘଟିଥିବା ଅଞ୍ଚଳ ବୁଲି ଦେଖିବା ସହ କାହିଁକି ଏପରି କାଣ୍ଡ ଘଟିଲା, ସେ ନେଇ ଅନୁଧ୍ୟାନ କରିବା ସହ ମୃତକଙ୍କ ପରିବାରକୁ ଭେଟିବା କାର୍ଯ୍ୟକ୍ରମ ରହିଛି । ଦିଲ୍ଲୀରୁ ବିମାନରେ ଝାରସୁଗୁଡ଼ାରେ ପହଞ୍ଚିବା ପରେ ରାଜ୍ୟ ସରକାରଙ୍କୁ ଘଟଣା ପାଇଁ ଦୋଷ ଦେଇଛି କେନ୍ଦ୍ରୀୟ ଟିମ୍ ।

ଏପଟେ ଭୁବନେଶ୍ୱରରେ ସାମ୍ବାଦିକ ସମ୍ମିଳନୀ କରି ବିଜେପି ବିରୋଧରେ ବର୍ଷିଛନ୍ତି ବିଜେଡିର ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ।

ଅନ୍ୟପଟେ ସମ୍ବଲପୁର ହିଂସାକାଣ୍ଡର ଏନଆଇଏ ତଦନ୍ତ ପାଇଁ ରାଜ୍ୟ ବିଜେପି ନେତା ଦାବି କରି ଆସୁଛନ୍ତି । ଚର୍ଚ୍ଚା ହେଉଛି, ବିଜେପିର କେନ୍ଦ୍ରୀୟ ଟିମ୍ ରିପୋର୍ଟ ଦେବା ପରେ ଏନଆଇଏ ତଦନ୍ତ ପାଇଁ ବାଟ ଫିଟିପାରେ ।

Leave a comment