ବାଲେଶ୍ଵର, ତିର୍ତ୍ତୋଲ ଉପନିର୍ବାଚନ, ବିଜେପି ବିଜେଡି ଡିଲ ନେଇ ଚର୍ଚ୍ଚା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବାଲେଶ୍ଵର, ତିର୍ତ୍ତୋଲ ଉପନିର୍ବାଚନ ବିଜେପି, ବିଜେଡି ମଧ୍ୟରେ ଡିଲ ନେଇ ଚର୍ଚ୍ଚା । କିଛି ବିଜେଡି କର୍ମୀ ନିଜ ନାମ ଗୋପନ ରଖି କହିଛନ୍ତି, ଦଳ ତିର୍ତ୍ତୋଲ ଆସନ ନିଜ ସପକ୍ଷରେ ରଖି ବାଲେଶ୍ଵର ଆସନ ବିଜେପି ସହ ଡିଲ କରିଛନ୍ତି ।

ଅପରପକ୍ଷରେ ବାଲେଶ୍ଵର ବିଜେଡ଼ି କର୍ମୀ ଦିନକୁ ଦିନ ନିଜ ଅସନ୍ତୋଷ ବ୍ୟକ୍ତ କରିବା ସହ ବିଜେପି ଓ ବିଜେଡି ମଧ୍ୟରେ ଡିଲ ନେଇ ଫୁସୁରୁ ଟୁପୁର ଆରମ୍ଭ କରିଦେଲେଣି । ଉପନିର୍ବାଚନ ଯେତେ ନିକଟତର ହେଉଛି ରାଜନୈତିକ ଛକାପଞ୍ଜା ସେତିକ ବୃଦ୍ଧି ପାଇବାରେ ଲାଗିଛି । ସବୁଠାରୁ ଅଧିକ ଚର୍ଚ୍ଚାରେ ରହିଛି ବାଲେଶ୍ଵର ରାଜନୀତି । ଏଠାରେ ବିଜେଡି ସମସ୍ତଙ୍କ କଳ୍ପନା ଜଳ୍ପନାକୁ ପଛରେ ପକାଇ ସମସ୍ତଙ୍କୁ ଚକିତ କଲା ଭଳି ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି । ଯାହାକୁ ସହଜରେ ବାଲେଶ୍ଵର ବିଜେଡ଼ି କର୍ମୀ ଗ୍ରହଣ କରିପାରୁନାହାନ୍ତି । ସ୍ୱରୂପ କୁମାର ଦାସଙ୍କୁ ଘୋର ବିରୋଧ କରାଯାଉଛି । ବାଲେଶ୍ଵର ସଦର ର ଅନେକ ସ୍ଥାନରୁ ବିଜେଡି କର୍ମୀମାନେ ନିଜ ନିଜ ଇସ୍ତଫା ଦେବା ଆରମ୍ଭ କରଥିବା ନେଇ ସୂଚନା ମିଳିଛି ।

କିନ୍ତୁ ଏହାସହ ଅନ୍ୟ ଏକ ରାଜନୈତିକ ଚର୍ଚ୍ଚା ସମସ୍ତ ବାଲେଶ୍ଵର ବାସୀଙ୍କୁ ଆନ୍ଦୋଳିତ କରୁଛି । ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ କାହିଁକି ସ୍ୱରୂପ କୁମାର ଦାସଙ୍କୁ ପ୍ରାର୍ଥୀ କଲେ । ଦଳରେ କଣ ଅନ୍ୟ କେହି ଯୋଗ୍ୟ ପ୍ରାର୍ଥୀ ନଥିଲେ । ଏଭଳି ଅନେକ ପ୍ରଶ୍ନ ନେଇ ବାଲେଶ୍ଵର ବିଜେଡ଼ି କର୍ମୀମାନେ ନିଜ ନିଜ ମଧ୍ୟରେ କଥାବାର୍ତ୍ତା ହେଉଛନ୍ତି । କିଛି କର୍ମୀ ନିଜ ବିରକ୍ତ ଭାବ ପ୍ରକାଶ କରିବା ସହ କିଛି ନେତା ଏହି ସିଟ ବିଜେପିକୁ ବିଜେଡ଼ି ବିକ୍ରି କରିଦେଇଥିବା ନେଇ କୁହାକୁହି ହେଲେଣି । ଏସମସ୍ତ ମନାନ୍ତର ମତାନ୍ତର ପରେ ଦେଖିବାକୁ ବାକିରହିଲା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମୋହର ବାଜିଥିବା ବାଲେଶ୍ଵର ବିଜେଡି ପ୍ରାର୍ଥୀ ଦଳର ସମସ୍ତ ଅସନ୍ତୁଷ୍ଟ କର୍ମୀଙ୍କୁ ମାନାଇବାରେ ଏବଂ ଏହି ଆସନରେ ଜିତିବାରେ କେତେଦୁର ସଫଳ ହେଉଛନ୍ତି ।

Leave a comment