BMC ନିର୍ବାଚନ ପାଇଁ ବିଜେପିର ମାଷ୍ଟର ପ୍ଲାନ୍‌, କର୍ମୀଙ୍କୁ ଗୁରୁମନ୍ତ୍ର ଦେଲେ ବରିଷ୍ଠ ନେତା

0

ଭୁବନେଶ୍ୱର ୧୮।୧୨: ଭୁବନେଶ୍ୱର ମହାନଗର ନିଗମ ଦଖଲ ପାଇଁ ବିଜେପିର ବିଗ୍ ପ୍ଲାନ । ଜିଲ୍ଲା କାର୍ଯ୍ୟକାରିଣୀରେ ଏନେଇ କର୍ମୀଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି ଦଳର ବରିଷ୍ଠ ନେତା ।

ଖବର ଅନୁଯାୟୀ, ଭୁବନେଶ୍ୱରରେ ଚାଲିଛି ଜିଲ୍ଲା ବିଜେପି କାର୍ଯ୍ୟକାରିଣୀ । ଏଥିରେ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି, ଭୁବନେଶ୍ୱର ଜିଲ୍ଲା ପ୍ରଭାରୀ ଭୁବନ ମୋହନ ଜେନା, ଜିଲ୍ଲା ସଭାପତି ବାବୁ ସିଂଙ୍କ ଉପସ୍ଥିତିରେ ଆଗାମୀ ପୌର ନିର୍ବାଚନ ପାଇଁ ପ୍ରସ୍ତୁତ ହୋଇଛି ଖସଡ଼ା । ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତି, ପରିମଳ ଅବ୍ୟବସ୍ଥା, ଜଳ ନିଷ୍କାସନ ସମସ୍ୟା, ସ୍ବାସ୍ଥ୍ୟ ସମସ୍ୟା, ମହିଳା ସୁରକ୍ଷା ଓ ବସ୍ତି ବାସିନ୍ଦାଙ୍କ ସମସ୍ୟା ଆଦି ପ୍ରସଙ୍ଗରେ କାର୍ଯ୍ୟକାରିଣୀରେ ଆଲୋଚନା ହୋଇଛି ।

ଏହାସହିତ ଆଗାମୀ ଦିନରେ ହେବାକୁ ଥିବା ଭୁବନେଶ୍ୱର ମହାନଗର ନିଗମ ନିର୍ବାଚନରେ ଦଳର କର୍ମୀ ଓ ନେତା କିଭଳି ଏସବୁ ପ୍ରସଙ୍ଗକୁ ଲୋକଙ୍କ ନିକଟରେ ପହଞ୍ଚାଇବେ ସେ ନେଇ ରଣନୀତି ପ୍ରସ୍ତୁତ କରିଛି ବିଜେପି । ମହାନଗର ନିଗମ ଅଞ୍ଚଳରେ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାର ବିଫଳତା ଏବଂ କେନ୍ଦ୍ରର ବିଭିନ୍ନ ଯୋଜନା ଲୋକଙ୍କ ପାଖରେ କେମିତି ପହଞ୍ଚୁ ନାହିଁ । ଏ ସବୁ ପ୍ରସଙ୍ଗକୁ ପ୍ରଥମେ ମଣ୍ଡଳ ଏବଂ ପରେ ୱାର୍ଡ ସ୍ତରକୁ ଯିବାକୁ ଦଳ କାର୍ଯ୍ୟକାରିଣୀରେ ସ୍ଥିର କରିଛି ।

Leave a comment