ଦରଦାମ୍‌ ବୃଦ୍ଧି ପ୍ରତିବାଦରେ ବିଜେଡିର ଆନ୍ଦୋଳନ

ବିଜେପିର ଜବାବ- ମୁଖ୍ୟ ପ୍ରସଙ୍ଗରୁ ଧ୍ୟାନ ହଟାଇବା ପାଇଁ ଏହି ଆନ୍ଦୋଳନ

0

ଭୁବନେଶ୍ୱର ୩୧।୧୦: ଶାସକ ଦଳକୁ ଘେରିଲା ବିଜେପି । ଦରଦାମ ବୃଦ୍ଧି ପ୍ରତିବାଦରେ ବିଜେଡି ରାଜଭବନ ଆଗରେ ବିକ୍ଷୋଭ ଓ ଧାରଣାକୁ ନେଇ ବିଜେପି ରଖିଛି ଜବାବ। ମମିତା ମେହେର ପ୍ରସଙ୍ଗରୁ ଧ୍ୟାନ ହଟାଇବାକୁ ବିଜେଡ଼ିର ଏହା ଚାଲ୍‌ ବୋଲି କହିଛନ୍ତି ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ।

ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ମହିଳାଙ୍କ ସୁରକ୍ଷା କଥାକୁ ନେଇ ଯେତେବେଳେ ସାରା ରାଜ୍ୟ ଉଠ ପଡ ହୁଏ । ସେତେବେଳେ ଶାସକ ଦଳ ଏମିତି କରେ । ମମିତା ମେହେର ହତ୍ୟା ଘାଟଣାରେ ଯେତେବେଳେ ଶାସକଦଳର ଜଣେ ମନ୍ତ୍ରୀଙ୍କ ସମ୍ପୃକ୍ତି ଆଉ ସରକାର ପ୍ରୋତ୍ସାହନରେ ପୁରା ଘଟଣାକୁ ଚପାଇବାକୁ ଚେଷ୍ଟା ଚାଲିଛି । ସେତେବେଳେ ବିଜୁ ଜନତା ଦଳର ଚିରା ଚରିତ ଅଭ୍ୟାସ ପ୍ରସଂଗରୁ ନଜର ହଟାଇବା ପାଇଁ ବିଜେଡି ସେତେବେଳେ ଆନ୍ଦୋଳନର ଡାକରା ଦିଏ । ପରିବାରକୁ ନ୍ୟାୟ ଦେବା ପରିବର୍ତ୍ତେ ଇସୁ ଡାଇଭର୍ଟ କରିବାକୁ ଯେଉଁ ନୂଆ ରାଜନୈତିକ ଖେଳ ଖେଳୁଛନ୍ତି ଏଥିରେ ବିଜେଡି ନେତୃତ୍ୱ କୁ ଭଗବାନ ବି କ୍ଷମା ଦେବେ ନାହିଁ ।

ସେହିପରି ନ୍ୟାୟକୁ ଠିକ ବାଟରେ ଯିବାକୁ ଦିଆଯାଉ । ଯେଉଁ ମାନେ ସେଥିରେ ସମ୍ପୃକ୍ତ , ଯେଉଁ ମାନଙ୍କ କଥା ଉଠିଛି । ମନ୍ତ୍ରୀଙ୍କ ସଂପ୍ରକୃତିର ଠୋସ ସ୍ୱର ଆସୁଛି ସେ ବାବଦରେ କୌଣସି ପଦକ୍ଷେପ ନନେଇ ଏପରି ଆନ୍ଦୋଳନ କରୁଛନ୍ତି । କେବେଳ ପେଟ୍ରୋଲ ଡିଜେଲ ଦର ବଢିବା କଥା ନୁହେଁ , ରାଜ୍ୟରେ ଚାଷୀର ଧାନ ବିକ୍ରି ହେଇ ପାରୁନି , ପନିପରିବା ଦର ବଢିଛି । ରାଜ୍ୟସରକାରଙ୍କ ନିୟନ୍ତ୍ରଣ ବାହାରେ ସେ କଥା ଅଛି । ସରକାରଙ୍କ ନିୟନ୍ତ୍ରଣରୁ ବାହାରେ ଦରଦାମ ବୃଦ୍ଧି । କିନ୍ତୁ ସରକାର ଦାମ ବୃଦ୍ଧିରେ ସମତୁଲ ଆଣିବାରେ ଫେଲ । ପେଟ୍ରୋଲ ଡିଜେଲ ଦାମ ବୃଦ୍ଧିରେ ରାଜ୍ୟସରକାରଙ୍କ ବଡ଼ ସିଙ୍ଘ ଭାଗ ରହିଛି । ଆଜି ଯେଉଁ ଉଦ୍ଦେଶ୍ୟରେ ଆନ୍ଦୋଳନ କରିଛନ୍ତି ତାହା ହାସ୍ୟାସ୍ପଦ । ମମିତା ମେହେର ହତ୍ୟାକାଣ୍ଡରୁ ନଜର ହଟାଇବା ଓ ମନ୍ତ୍ରୀଙ୍କୁ ସୁରକ୍ଷା ଦେବାକୁ ଏ ଆନ୍ଦୋଳନ ଚାଲିଛି ।

Leave a comment